STORYMIRROR

Dipti lekha Mishra

Others

5.0  

Dipti lekha Mishra

Others

ଅମର ମୋ ପିଲାଦିନ କଥା

ଅମର ମୋ ପିଲାଦିନ କଥା

1 min
2.0K


ପ୍ରତିଯୋଗୀତା ନିମନ୍ତେ .....


ଟ୍ରେନ୍ ର ଘୁଁଘୁଁ ଶବ୍ଦ

ଗାଡିର ଘଁଘଁ ଶବ୍ଦ

ଶଗଡ ଗାଡିର କେଁକଟର

ଢିଙ୍କିର ଢକଢକ ଶବ୍ଦ

ଆଜି ବି ଭୁଲି ହେଉନି ॥

ଜେଜେମାଆର କରାଟ ଆଉ ଗପ

ଜେଜେବାପାଙ୍କ ନାସ ଡାବା ଗନ୍ଧ

ବଉ ନନାଙ୍କ କଥାକଥାରେ ଆକଟ

ବଡବାପା ମାଆଙ୍କ ଗେହ୍ଲା ଶାସନ

ଆଜି ବି ଭୂଲି ହେଉନି ॥

ଆଠଣା ପଇସାରେ ଜଳଖିଆ

ଚାରଣା ପଈସାରେ ଚକୋଲେଟ୍

ସେ ଗାଁ ତୋଟା ର ଫଳମୂଳ

ବାଡିର ବାରମିଶା ଶାଗ

ଆଜିବିପାରୁନି ଭୁଲି ॥

ସ୍କୁଲ୍ ସାଙ୍ଗସାଥି ସହ ଖେଳ

ଦିଦିସାର୍ ଙ୍କ ଠୁଣାମାଡ ସହ

ଆଣ୍ଠୁଆ ଓ ଗୁନ୍ଞି ବାହାର କରିବା

ଆଚାର ପାମ୍ପଡ ଠଆଉ ତେନ୍ତୁଳି

ଆଜିବି ପାରୁନି ଭୂଲି ॥

ବରକୋଳି ନରକୋଳି ସହ କାଈଁଚ ତୋଳା

ନିତି ଆମ୍ବକଷି ଚୋରାଣ କରିବା

ବଡି ଭୋର୍ ରୁ ଉଠିପଡି ଶେଯରେ ଢୁଳେଇବା

ସପନ ଦେଖି ସୁସୁ କରିବା ଅଖାରେ ଶୁଆଇବା ଡର

ଆଜି ବି ପାରୁନି ଭୁଲି ॥

ମୋ ପିଲାଦିନର ସବୁ ସ୍ମୃୃୃୃତି

ମନେ ପଡେ ଅତିରୁ ଅତି

କାହିଁକି ଚାଲିଗଲ ମୋ ଅମର କଥା

ଅମର ସାଇତା ସ୍ମୄୄୄୄତିଗୁଡିକ

ଆଜିବି ପାରୁନି ଭୁଲି ॥

ମୋ ପିଲାଦିନର ଲେଙ୍ଗଡି କବାଡି

ଆଉ ଆକାଶରେ ଗୁଡିଉଡା

ବାଟି ଖେଳ ସହ କାଚକଉଡି ମଜା

ଆଜି ବି ପାରୂନି ଭୂଲି ॥


Rate this content
Log in