STORYMIRROR

Bijay Prusty

Others

4  

Bijay Prusty

Others

ଅମଳିନ ବନ୍ଧୁତ୍ୱ

ଅମଳିନ ବନ୍ଧୁତ୍ୱ

1 min
207


ବରଷା ବତୁରା ମନତଳେ ବହେ

ଯାତନାର ବଡନଈ

ଶରତ ଲିଭାଇ ପାରେନା କଳଙ୍କ

ଜୋଛନା ପାରେନା ଧୋଇ I

ରାତିର ଅନ୍ଧାରେ ମହକ ବିତରେ

ସକାଳକୁ ଯାଏ ଝଡି

ଝରା ଶେଫାଳୀର ଅସରନ୍ତି ଦୁଃଖ

କିଏ ବା ପାରଇ ପଢି I

ସାଗର ତଟରେ ବରଷାରେ ଭିଜି

ମୁକ୍ତାଟିଏ କିଏ ଖୋଜେ

ମରଣ ବି ଦିଶେ ସରସ ସୁନ୍ଦର

ଜୀବନ ଯେଉଁଠି ହଜେ I

ରାତିର ଅନ୍ଧାର କଥା କହୁଥାଏ

ଆଲୁଅ ଲୁଚିଲେ ଦୂରେ

ପବନ ବି ଗାଏ ପ୍ରୀତିର ଗଜଲ

ଆକାଶ ଚାନ୍ଦୁଆ ତଳେ I

ଏମିତି ଏମିତି ଦିନ ସରିଯାଏ

ଅମଳିନ ରହେ ପ୍ରୀତି

ଯୁଗ ଯୁଗ ଧରି ଏ ଦୁନିଆଁ ଗାଏ

ବନ୍ଧୁତ୍ୱର ଜୟଗୀତି I



Rate this content
Log in