STORYMIRROR

RUKEYA JABEEN

Others

3  

RUKEYA JABEEN

Others

ଅମିନାର ଶୀତ ରାତି

ଅମିନାର ଶୀତ ରାତି

1 min
185

ଶୀତଳ ମାଟିର ମିଠା ମିଠା ସୁଗନ୍ଧକୁ

ଧୀରେ ଧୀରେ ଟାଣି ନେଇ,

ହାଲକା କୁହୁଡିଆ ଧୂଆଁଟେ

ତ୍ୟାଗ କରୁଥିଲା 'ଅମିନା' ।


ଚଟାଣରେ ଛିଣ୍ଡା ଅଖା ଉପରେ ସପଟିିିଏ ପାରି,

କାଖ ତଳେ ହାତ ପାପୁଲି ଦୁଇଟିକୁ ଜାକି ଧରି,

ଆଖି, ନାକ, କାନ ଖୋଲା ରଖି,

ସନ୍ନିପାତିଆ ଶୀତ ରାତିରେ,

ଲୋମଟାଙ୍କକୁରା ହିମ ବିନ୍ଦୁ ଗୁଡିକୁ,

ଟାଣି ଆଣୁଥିବା କନ୍ଥାରେ,

ନିଜକୁ ଘୋଡ଼ାଇ ରଖି,

 ଉଷ୍ମତାର କ୍ଷୀଣ ସ୍ପର୍ଶଶଟେ ପାଇବାକୁ,

ଅସଫଳ ପ୍ରୟାସ କରିଚାଲିିଥିିିିଲା ସିଏ।


ରାତି ବଢ଼ି ଚାଲିଥିଲା,

ତା ସହିତ ବଢ଼ି ଚାଲିଥିଲା,

ମାଟିର ଗାଢ଼ ଓଦାଳିଆ ଆଲିଙ୍ଗନ,

ଯାହା ସପର ରନ୍ଧ୍ର ଛେଦି ଭେଦି ଯାଉଥିଲା,

ଅମିନାର କମ୍ପନରତ ଶରୀରର ,

କ୍ଷୁଦ୍ର ଲୋମଛିଦ୍ର ଗୁଡିକରେ।



ଦୁଆର ମୁହଁରେ ଝୁଲୁଥିବା,

ଅର୍ଦ୍ଧ ଅନାବୃତ ପାଲଦେଇ,

ଉଙ୍କି ମାରୁଥିବା ଜହ୍ନଟି,

ଇଙ୍ଗିତ କରୁଥିିିଲା, 

ସୁଦୂର କାକର ଲଦା ଗଗନରୁ,

ଘନ କୁହୁଡି ଭିତରୁ ବେଶ୍ ବାରିହେଉଥିଲା,

ତା'ର ସେ ଛନ୍ଦମୟ ଆଲୋକର,

ରହସ୍ୟମୟ ଆବ ଭାବ ।

ସତେ ଯେପରି ଚନ୍ଦ୍ରମାର ଶୀତଳତା, 

ଧସେଇ ପଶି ଆସୁଥିଲା,

ଅମିନାର କନ୍ଥା ଭିତରକୁ ।


ଗୋଡ଼ ଦୁଇଟାକୁ ଜାକି ଜୁକି,

ଆଣ୍ଠୁ ଯୋଡିକୁ ତୋଳି ଆଣି କୋଳରେ ଲଗେଇ,

ଅମିନା ମୁହଁ ଗୁଞ୍ଜି ଦେଲା,

ସେଇ ଗୋଲ୍ ହାଡ଼ ଗୁଡିକର ଫାଙ୍କ ଭିତରେ,

ଉଷୁମ ଟିକକ ପାଇବାର ବୃଥା ପ୍ରୟାସ ତା'ର,

ଧୀରେ ଧୀରେ ସ୍ଥାଣୁ ପାଲଟିଗଲା ,

ନାକର ବାମ୍ଫ ଉଡ଼ି ଚାଲିଗଲା,

ତୁଷାର ଭିତର ଦେଇ ସେଇ ଚନ୍ଦ୍ରମା ଆଡେ,

ପାଦ, ପାପୁଲି ପାଣି ସରି ତରଳି ଗଲା,

ଶୀତ ରାତିର ତୀକ୍ଷଣ ଯୁଦ୍ଧରେ ହାରିଗଲା,

ନିରୀହ ଅସହାୟ ଅସ୍ଥି ଚର୍ମ ର ସମାହାର ଟିଏ ।









ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍