STORYMIRROR

pratap nayak

Others

2  

pratap nayak

Others

ଅମାନିଆଁ

ଅମାନିଆଁ

1 min
469


ପ୍ରତାପ ନାୟକ

7008054282


କାଖରେ ବସ୍ତାନି ମୁଣ୍ଡରେ ସୁତାନି ଆଖିରେ କଜଳ ନାଇଥାଏ

ହୁରୁମା ଚାଲିରେ ଧଡଧଡ ଚାଲେ

ପାନ ଗାଲେ ଗୁଞ୍ଜି ବୁଲୁଥାଏ

ସାହିରୁ ସାହିକି ଦିଗୋଡ କରେ ସେ

ଏମିତି ହଉଛୁ ପଚାରିଲେ ତାକୁ ଭିଣିଭିଣି ହୋଇ ମୁହଁ ମୋଡି ଦେଇ ସିଏ କହେ

ଯାହା ମୁହିଁ କଲି ତୋର କଣ ଆସେ ଯାଏ ....


ଗାଧୁଆ ତୁଠରେ ଅତଡାରୁ ଡେଇଁ ପାଣିକି ଦିଭାଗ କରୁଥାଏ

କୁମ୍ଭାଟୁଆ ପରି ଆଖିରଂଗ କରି

ଓଦା ସରସର ଲୁଗାରେ ପହଁରୁଥାଏ ସିଏ

ଏମିତି ହଉଛୁ ପଚାରିଲେ ତାକୁ ଭିଣିଭିଣି ହୋଇ ମୁହଁ ମୋଡି ଦେଇ ସିଏ କହେ

ଯାହା ମୁହିଁ କଲି ତୋର କଣ ଆସେ ଯାଏ ....


ଖରାବେଳଟାରେ ବଗିଚାରେ ପସି କେତେ ଗଛ ଚଢି ଆମ୍ବ ଖାଏ

ପିଜୁଳି ଗଛର ଡାଳ ଭାଂଗେ

ଜାମୁରୋଳେ ଅଣ୍ଟି ଫୁଲି ଥାଏ

ଏମିତି ହଉଛୁ ପଚାରିଲେ ତାକୁ ଭିଣିଭିଣି ହୋଇ ମୁହଁ ମୋଡି ଦେଇ ସିଏ କହେ

ଯାହା ମୁହିଁ କଲି ତୋର କଣ ଆସେ ଯାଏ ....


ବା ବତାସଟା ଘୋଟିକି ଆସିଲା

ରାତିଦିନ ସବୁ ଏକାକାର କଲା

ତିନିଦିନ ଯାଏ ଝଡି ନଛାଡିଲା

ତାହାର ଚାଳିଆ ଛିଡିଯାଇ ତଳେ ପଡିଥିଲା

ବାହାରକୁ ତାର ନାଲିଆ ଫରକ ଦିଶୁଥିଲା

ଏମିତି କାହିଁକି ପଡିଛୁ ସେଠାରେ

ପଚାରିଲେ ତାକୁ

ଭିଣିଭିଣି ହୋଇ ମୁହଁ ମୋଡି ଦେଇ ଆଉ ପଦେ ନ କହିଲା ସିଏ

ଯାହା ମୁହିଁ କଲି ତୋର କଣ ଆସେ ଯାଏ ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍