STORYMIRROR

Subrat Malik

Others

4  

Subrat Malik

Others

ଅମାନିଆ ସଞ୍ଜବେଳ

ଅମାନିଆ ସଞ୍ଜବେଳ

1 min
245


ଏ ଅମାନିଆ ସଞ୍ଜବେଳଟାକୁ କିଏ ଧରି ରଖନ୍ତା କି ?ବନସୀର ମୁନରେ ଅବା କେଉଁ ରାଣ ନିୟମରେ ।

ସେ ଆସିଲେ ହିଁ ଆରମ୍ଭ ହୁଏ ସାଙ୍ଗସାଥି ଭେଟଘାଟ ବିବିଧ ଚର୍ଚ୍ଚା ଓ ଖଟି, କଲେଜ ଛକ କେବେ ଗାଁ ନଦୀବନ୍ଧ ପାଖ 

ବୁଢ଼ା ବରଗଛ ମୂଳେ ସିଗାରେଟ ଧୂଆଁରେ ଧୂମାୟିତ

ପାଖ ପରିବେଶ ପୁଣି କା ମୁଖରୁ ଛୁଟି ଆସୁଥାଏ

ଧତାଲି ଦୋକାନୀ ଜର୍ଦ୍ଦାଦିଆ ଖଇର ଲଗା ପାନର କଢ଼ା ବାସ୍ନା ।।

କେତେ ଥଟ୍ଟା ମଜା କେତେ କଥା କଟାକାଟି

କା' ସାର୍ଟର କେଉଁ ନିଭୃତ କୋଣରେ ସଜେଇ

ପ୍ରେମିକାର ଲିପଷ୍ଟିକ ଦାଗ ତ ମୁହଁରେ କାହାର

ଯୌବନ ପିପାସୁ ଲମ୍ବା ନଖର ଆଞ୍ଚୁଡ଼ା ଚିହ୍ନ,

ବାହାଘର ଜନ୍ମଦିନ ପୂଜା ଵ୍ରତପାଇଁ ଆସୁଥିବା ନିମନ୍ତ୍ରଣେ

କିଏ ଯିବ କିଏ ନ ନଯିବ, ଗିଫ୍ଟ କିଏ ନେବ କିଏ ନ ନେବର 

ମୌଖିକ ତାଲିକା ଓ ଆହୁରି କେତେ କଣ ସାଜେ

ଆଲୋଚନାର ବିଷୟବସ୍ତୁ ?

କିନ୍ତୁ ଦୁର୍ଭାଗ୍ୟ ତ ଦେଖ ! ଆସର ଜମୁ ଜମୁ ପୁରିଯାଏ ତା'ର ସଂକ୍ଷିପ୍ତ ଆୟୁଷ ଚାଲିଯାଏ ସେ ରାତ୍ରିର ଅନ୍ଧାରି ଗର୍ଭକୁ 

ନ ଯିବାକୁ ଯେତେ ନେହୁରା ହେଲେ ବି ପଚାରିଲେ କୁହେ 

ମୁଁ ପୁଣି ଫେରିବି କାଲିନୂଆ ରୂପେ ତୁମରି ପାଖକୁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍