STORYMIRROR

Chinmaya Kumar Nayak

Others

3  

Chinmaya Kumar Nayak

Others

ଅମାନିଆ ଲୁହ

ଅମାନିଆ ଲୁହ

1 min
465

ତୁମେ ସିନା ଝରିଗଲ ଦୁଇ ଆଖି କୋଣୁ

ଚିହ୍ନା ପକେଇ ମୋ ମନ ତଳ ବ୍ୟଥା

ଦୁନିଆ ଆଗରେ ଦେଲ ବଖାଣି କାହାଣୀ

ଗାଇ ଦେଲ ଶୋକରାଗେ ହୃଦୟର ଗାଥା।


ମୁଁ ତ ଚାହିଁ ନଥିଲି କରିବାକୁ ପ୍ରଦର୍ଶନ

ଦର ଭଙ୍ଗା ଛାତିର ମୋ ଅକୁହା ବେଦନା

ତୁମେ କିନ୍ତୁ ବୁଝିଲନି ନମାନି ଆଖିର ବାରଣ

ଦି' ବୁନ୍ଦା ଲୁହ ହୋଇ କହିଦେଲ ଅନ୍ତର ଠିକଣା।


ତୁମେ ସିନା ବୁଝିନାହଁ, ମୁଁ କିନ୍ତୁ ଜାଣେ

ବୁଝିବନି ଏ ସଂସାର ତୁମର ଯେ ମୁଲ

ନକଲି ସାନ୍ତ୍ୱନା ଦେଇ ଚାଲିଯିବେ ସିନା

କେହି କେବେ ପୋଛିବେନି ହୋଇ ଆଗଭର।


ବହୁବାର କିନ୍ତୁ ତୁମେ ଝରି ଆସ ଆନନ୍ଦ ବେଳାରେ

ଭାବର ନିର୍ଝର କବିତା ଗାଇ ବୀଣା ଜିଣା ସ୍ୱରେ

ନିର୍ଜନେ ନିରବେ କେବେ ଧୋଇଦିଅ ଯେତେ ଅବସାଦ

ସ୍ଵଛ ହୃଦୟ ଜଳେ ଆତ୍ମସ୍ଥ ଚିତ୍ର ଉଙ୍କିମାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍