STORYMIRROR

TUKUNA SAHU

Others

3  

TUKUNA SAHU

Others

ଅମାବାସ୍ୟାର ବିଜୟ

ଅମାବାସ୍ୟାର ବିଜୟ

1 min
125

ଦେଖି ତମସାର ବିର ପଣ ଆଜି

ଉଡି ଯାଏ ମୋର ହସା

ଅମାବାସ୍ୟା ତାର ବଡ଼ ସହଯୋଗୀ

ନିଶାଚରି ବାନ୍ଧେ ଖୋଷା । 


ତାନ୍ତ୍ରିକ ମୁଖରେ ଅପାର ଆନନ୍ଦ 

ବଢେ ଆସୁରିକ ଶକ୍ତି

ସାଧନା ସଫଳ ହୁଅଇ ଅଚିରେ

ଅଶରୀରି ପାଏ ମୁକ୍ତି ।


ଭୟଙ୍କର ଶବ୍ଦ ମନ ହୁଏ ଦଗ୍ଧ

ବଢ଼ିଲେ ରାତ୍ରି ଆୟୁଷ

ଦୈବୀ ଶକ୍ତି ସବୁ ଅଚଳ ହୁଅଇ

ଅମୃତ ପାଲଟେ ବିଷ ।


ଅଶାନ୍ତ ସମୂଦ୍ର ସିଂହ ରଡ଼ି ଦିଏ

ଲହଡ଼ି ଭାଙ୍ଗେ ଦର୍ପରେ

କାଳ ପରି ଆସି କୂଳ ଛୁଇଁ ଯାଏ

ରାତ୍ରିର ଶେଷ ପ୍ରହରେ । 


Rate this content
Log in