ଅମାବାସ୍ୟା
ଅମାବାସ୍ୟା
1 min
194
କଳା ଛନ୍ଦରେ କାଳକୁ କେବେ କରିବ ସେ ପ୍ରେମ,
ମହମହ ଗନ୍ଧ ବିଞ୍ଚି ସେ ଚିର ଅନିଦ୍ରା ରାତିର ବାସ।
ବେଶ୍ ନ ଦେଖି ପାରି କେବଳ ଉପଲବ୍ଧି ପାଇଁ
ବୋଧ ହୁଏ ପ୍ରକୃତିର ତୁମ ପାଇଁ ଏ ଅନନ୍ୟ ଅଭିଳାଷ।
ସଦ୍ୟ ତା'ର ଗୋଲ ରୂପକଳ୍ପ ଯାଏ ଧୀରେ ହଜି
ଘନ ଅନ୍ଧାର କଞ୍ଚା ଅନ୍ଧାର ତଥାପି ଆନନ୍ଦ ଏଠି,
ଅତୁଟ ସେ ସମ୍ପର୍କ ପୁଣିଥରେ ଯୋଡ଼ିବାକୁ ମନ ସହ ମନ
ଆଉ ଜାଦୁଗର ସ୍ପର୍ଶ ପାଇଁ ଧାଇଁ ଯିବି କୋଉଠି?
କେହି ପାରିବେନି ଆଭାସ ପାଇ ତମସା ଭିତରେ ତାମସା
କେବେ ତୁମେ ଲୁଚିଯିବ କେବେ ମୁଁ ହଜିଯିବି ଖାଲି ଅନୁମାନରେ,
ଆଖି ଭିତରେ ଖୋଜି ବୁଲି ପାଇବାକୁ ଚେଷ୍ଟା କରିବା ସହସା।
ହଁ! ମୁଁ ଅପେକ୍ଷାରେ ପୁଣି ପକ୍ଷର ଅନ୍ତିମ ଦିନକୁ ,
ସେଇ ଅମାବାସ୍ୟା ସେଇ କଳା ରଙ୍ଗ ସେଇ ମଧୁଗନ୍ଧା ରାତିକୁ ।
