STORYMIRROR

Kali Kumar

Others

3  

Kali Kumar

Others

ଅଲୋଡ଼ା

ଅଲୋଡ଼ା

1 min
277


ଯୌବନର ସିକ୍ତ ପ୍ରଜ୍ବଳିତ ବହ୍ନି

ତୃଷ୍ଣାର ଅତୃପ୍ତ ଝଲସିତ ଅଗ୍ନି

କାମନା ବସେ ନିମଗ୍ନ ଶରୀର

ସଂଭୋଗର ପରିଣାମୁ ଉତ୍ପତ୍ତି ମୋର ।୧।


ଶ୍ବାସରୁଦ୍ଧ ହୋଇ ବଞ୍ଚେ କେତେ ଅହର୍ନିଶି

ସଭ୍ୟତାର ପ୍ରାଙ୍ଗଣରେ ମୁଁ ଦଗ୍ଧିଭୂତ ଅଶୀ

ବ୍ୟର୍ଥ ଜୀବନେ ସଠିକ ଠିକଣା ଅନ୍ୱେଷି

ଅନ୍ୱେଷଣ ବିଲୁପ୍ତ, ବାତ୍ସଲ୍ୟର ପ୍ରତ୍ୟାଶି ।୨।


ନିଦ୍ରାମଗ୍ନ ସହରର ଜାଗ୍ରତ ଆବର୍ଜନା କୁଣ୍ଡ

ଆଶ୍ରିତା ସାଜି ସେଦିନ ରଖିଥିଲା ମୁଣ୍ଡ

କୁହ ଥରେ କୁହ,ସମ୍ମୁଖେ ଆସି

କେଉଁ ଦୋଷେ ଦେଇଥିଲ 'ଅଲୋଡ଼ା'ର ଦଣ୍ଡ ।୩।


ଅନ୍ଧକାର ନିଶାର୍ଦ୍ଧରେ ଫିଙ୍ଗିଥିଲ ମୋତେ

ଆବର୍ଜନା କୁଣ୍ଡ ପାଶେ 'ଅଲୋଡ଼ା' କି ସତେ

ଗୋପନୀୟ ପରିଚୟ ତୁମ, ଅଛି ଯେ ଗୁପତେ

ମିଳିଛି ଅନାଥ-ଜରାଜର ପରିଚୟ ମୋତେ ।୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍