STORYMIRROR

Indrabadal Mohanty

Others

4  

Indrabadal Mohanty

Others

ଅଲୋଡ଼ା ବହି

ଅଲୋଡ଼ା ବହି

1 min
260

ମୁଁ ସାଜିଛି

ସର୍ଵଦା ଗୋଟେ ଅଲୋଡ଼ା ବହି,


ସମସ୍ତେ ଲେଉଟାଇ ପଢ଼ନ୍ତି

ପୁଣି ଯାଆନ୍ତି ପଳାଇ।


କେତେ ଯେ ମଧୁରତା ସହ

ସମ୍ପର୍କ ଗଡ଼ିଥାନ୍ତି ମୋ ସଂଗରେ,


ଅଲୋଡ଼ା ବହିଟିଏ ହୋଇ ସ୍ୱାର୍ଥ ହାସଲ ପରେ

ପଡିଥାଏ ମୁଁ ଆଜି କେଜାଣି କେଉଁ କୋଣରେ।


ପ୍ରିୟ ବହି ସାଜି ମୁଁ କେତେବେଳେ

କାହାର ବନ୍ଧୁତ୍ୱର ଉଦାହରଣ ସାଜିଯାଏ,


ପୁଣି ବହିଟିଏ ହୋଇ ଜୀବନର

କେଜାଣି କେଉଁ ଥାକ ରେ ସଜାଇହୋଇ ରହିଥାଏ।


କେତେବେଳେ କାହାର ସ୍ମୃତି ହୋଇ

କାହାର ହୃଦୟରେ ମୁଁ ଲୁଚି ରହିଯାଏ,


ବହିଟିଏ ହୋଇ କେତେ ଯେ ଅବୁଝା ମନକୁ

ବୁଝାଇବାକୁ ସବୁବେଳେ ଚେଷ୍ଟା କରୁଥାଏ।


କେତେବେଳେ କାହା ଛାତି ଉପରେ ମୁଣ୍ଡ ରଖି

ଶାନ୍ତିର ନୂଆ ବାର୍ତ୍ତା ଦେଇଥାଏ,


ପୁଣି କେତେଯେ କ୍ରୋଶର ଅଧିକାରୀ ହୋଇ

ଏକାଏକା ଏ ଦୁନିଆରେ ବଂଚିଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍