STORYMIRROR

Rakesh Sahoo

Others

3  

Rakesh Sahoo

Others

ଅଲୋଡା

ଅଲୋଡା

1 min
16


 


ଦିନ ଥିଲା ମୁଁ ଦିଶୁଥିଲି ସୁନ୍ଦର 

ଲାଲ ଦେହ ଯେମିତି ବୋଳା 

ହୋଇଛି ପୁଳାଏ ସିନ୍ଦୁର

ମୁଣ୍ଡଟି ମୋର ନିଘୋଡ କଳା ।।


ପାଉଥିଲି କେତେ ସ୍ନେହ ଆଦର 

କେତେ ମାନ ଅଭିମାନ ଆଉ ବ୍ୟଥା

ପେଟ ପୁରିଯାଉଥିଲା ସନ୍ଧ୍ୟା ଭିତରେ 

ଖାଲି ହୋଇଯାଉଥିଲା ଦଶଟାରେ।। 


ଏବେ ମୋ ଦେହରେ କଳଙ୍କି ଲାଗିଛି

ଇନ୍ଦ୍ରଜାଲର ଦୁନିଆରେ ମୁଁ ଅଲୋଡା 

ଚାଲି ଚାଲି ଟିକେ ଥକିଯାଇଛି 

ସମୟ ସହିତ ତାଳ ଦେଇପାରିନି ।।


ତଥାପି ଅଛି ଏକ ସାଙ୍କେତିକ ଚିହ୍ନ ରୂପେ 

ବାଟୋଇକୁ ଠିକଣା ଦେବାପାଇଁ ପଥେ।।



Rate this content
Log in