STORYMIRROR

Rakesh Sahoo

Others

3  

Rakesh Sahoo

Others

ଅଲୋଡା

ଅଲୋଡା

1 min
17

 


ଦିନ ଥିଲା ମୁଁ ଦିଶୁଥିଲି ସୁନ୍ଦର 

ଲାଲ ଦେହ ଯେମିତି ବୋଳା 

ହୋଇଛି ପୁଳାଏ ସିନ୍ଦୁର

ମୁଣ୍ଡଟି ମୋର ନିଘୋଡ କଳା ।।


ପାଉଥିଲି କେତେ ସ୍ନେହ ଆଦର 

କେତେ ମାନ ଅଭିମାନ ଆଉ ବ୍ୟଥା

ପେଟ ପୁରିଯାଉଥିଲା ସନ୍ଧ୍ୟା ଭିତରେ 

ଖାଲି ହୋଇଯାଉଥିଲା ଦଶଟାରେ।। 


ଏବେ ମୋ ଦେହରେ କଳଙ୍କି ଲାଗିଛି

ଇନ୍ଦ୍ରଜାଲର ଦୁନିଆରେ ମୁଁ ଅଲୋଡା 

ଚାଲି ଚାଲି ଟିକେ ଥକିଯାଇଛି 

ସମୟ ସହିତ ତାଳ ଦେଇପାରିନି ।।


ତଥାପି ଅଛି ଏକ ସାଙ୍କେତିକ ଚିହ୍ନ ରୂପେ 

ବାଟୋଇକୁ ଠିକଣା ଦେବାପାଇଁ ପଥେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍