STORYMIRROR

Dr Jharana Satapathy

Others

3  

Dr Jharana Satapathy

Others

ଅଲୋଡା ନୁହଁ କନ୍ୟା ରତ୍ନ

ଅଲୋଡା ନୁହଁ କନ୍ୟା ରତ୍ନ

1 min
422


ଅଲୋଡା ନୁହଁ କନ୍ୟା ରତ୍ନ


ଅଳିଆ ଗଦାରେ ପଡି ପାଏ ମୁଁ କଷ୍ଟ

ହୃଦୟରେ ମୋର ନାହିଁ ଛନ୍ଦକପଟ

ବାପା ମାଆ ମୋର ଜାଣିନାହିଁ କିଏ

ମନ ଭିତରେ ଦୁଃଖ ଅଛି ଭରିଏ ।୦।


ନିଜେ ବଞ୍ଚି ଆଜି ସାରା ଦୁନିଆ ଦେଖୁଛି

ମାର ଫେରିବା ବାଟକୁ ଚାହିଁ ବସିଛି

ମାଆ ବାପା ମୋତେ ଛାଡି ଚାଲିଗଲେ

କନ୍ୟାରତ୍ନଟିଏ ବୋଲି ଅଲଡା ଭାବିଲେ ।୧।


କେଉଁ ଭାଗ୍ୟ ବଳରେ କାହିଁ ଜନମିଲି

ବାପା ମାଆଙ୍କ ସେତ ବୋଝ ହୋଇଲି

ବେନିନୟନରୁ ବୋହେ ଅଶ୍ରୁର ଧାର

ଭୋକ ଉପାସରେ ପେଟ ପୋଡେ ମୋର।୨।


ସକାଳରୁ ସଞ ହେଲାଣି ଗଡି

କୁଆଁ କୁଆଁ ଡାକ ଛାଡେ ମୁଁ ରଡି

ଅଳିଆ ଗଦାରେ ମୁଁ ପଡିରହିଲି

ସ୍ନେହ ଶ୍ରଦ୍ଧାରୁ ମୁଁ ବଞ୍ଚିତ ହେଲି ।୩।


ଅଳିଆ ଗଦାରେ ପଡି କରୁଛି କ୍ରନ୍ଦନ

ରକ୍ତମାଂସରେ ଗଢା ମୋ ଶରୀରଟି ଜାଣ

ମଣିଷ ଏଠି ହିତାହିତ ଜ୍ଞାନ ଭୁଲିଯାଉଛି

ଅପରାଧର ଚରମ ସୀମା ଲଘୁଂଛି ।୪।


ନିଜେ ମଧ୍ୟ ସେ ନାରୀଟିଏ ହୋଇ

ମୋ ପ୍ରତି ତାର ଦୟା ରହିଲା ନାହିଁ

ଅନ୍ତଫାଡି ଫାଡି ଜନ୍ମକଲା କାହିଁକି

ଝିଅବୋଲି ମୁହଁ ମୋଡିଦେଲା ଚାହିଁକି ।୫।


ମନର ଦୁଃଖ ମୁଁ ମନରେ ମାରିଛି

ଅମାପ ଅନ୍ଧକାରରେ ପଡି ରହିଛି

ମୋ ଅନ୍ତର ଭିତରେ ନିଆଁ ଜଳୁଛି

ଭୋକିଲା ପେଟରେ ମୋ ହଂସା ଉଡୁଛି ।୬।


ମା ମୁଁ ତୋର ଝିଅଟିଏ କାହିଁକି ହେଲି

ଅଲୋଡା ହୋଇ ସେତ ପଡିରହିଲି

କି ଦୋଷ କରିଛି ବାପା ମାଆ ତୁମର

ମତେ କାହିଁକି କଲ ଏତେ ହତାଦର। ୭।


ବଞ୍ଚିଥାଉ ଥାଉ ପ୍ରାଣ ଯାଉଛି ମୋର

ମୋ ଉପରେ କାହାର ନାହିଁ ନଜର

ଅଲୋଡା ଜୀବନର ଏହି ଅବାଞ୍ଛିତ ଦୁଃଖ

ହେ ନିଷ୍ଠୁର ମାନବ ସମାଜ ତୁମେ ଜାଣି ରଖ ।୮।


ଅଲୋଡା ନୁହଁ କେବେ କନ୍ୟା ରତନ

ମମତାର ଡୋରିରେ ବାନ୍ଧେ ସେ ଵନ୍ଧନ

ସେ ହିଁ ନିଜେ ଦୁର୍ଗା, ଲକ୍ଷ୍ମୀ ଆଉ ସରସ୍ପତି

ଅଲୋଡା ଭାଵିଵ ନାହିଁ କର ଏଠି ପ୍ରତିଶୃତି ।୯।


ଝିଅ ଜନ୍ମ ଅଟେ ନାହିଁ କିଛି ମନ୍ଦ

ତଥାପି ମନରେ ରଖୁଛ କାହିଁକି ଦ୍ବନ୍ଦ

ଝିଅ ଅଟେ ସେତ ମାଆର ପ୍ରତିରୂପ

ତାକୁ ମାରିଲେ ଲାଗିବ ଅତିପାପ ।୧୦।


ସକଳ ସୃଷ୍ଟିର ଅଟଇ ସେତ ମୂଳ

ଦୁହିତା ହୋଇ ଉଜ୍ବଳ କରେ ଦୁଇକୂଳ

ଅଲୋଡା ନୁହଁ କେଵେ ତା ଜୀବନ

ସୌଭାଗ୍ୟ ବଳରେ ସେ ହୁଅଇ ଜନ୍ମ ।୧୧।


ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


Rate this content
Log in