ଅଲୋଡ଼ା ଅତିଥି
ଅଲୋଡ଼ା ଅତିଥି
1 min
486
ଏବେ ମୁଁ ଭୀତତ୍ରସ୍ତ-
ଆସନ୍ତି ମୃତ୍ୟୁର ହିମଶୀତଳ ସ୍ପର୍ଶରେ
ପରାହିତ କାମନାର ଅପେକ୍ଷିତ ଶିହରଣରେ
ଏକ ବ୍ୟାଧ-ମୃଗୁଣୀ ଆଳାପର ରୋମାଂଚିତ ରୋଦନରେ ।
ମୃତ୍ୟୁ- ତୁମେ ଆସିଥୁଲ:
ମୋହିନୀର ମହକିତ ମାୟାଜାଲରେ
ବଂଧବୀର ବହୁବର୍ଷା ବାହୁବଂଧନରେ
ବିଳମ୍ବିତ ନ୍ୟାୟର କୁତ୍ସିତ କୁହୁକରେ ।
ମୃତ୍ୟୁ- ତୁମେ ଆସିଥାଅ:
ସତ୍ୟ ଅସତ୍ୟ- ଅସତ୍ୟର ମହାସମରରେ
କ୍ରମଶଃ ଅପସୃୟମାଣ ନୈତିକ ମୂଲ୍ୟବୋଧରେ
ମହାବିନାଶର ମହନୀୟ ମହାକୁମ୍ଭରେ
ମୃତ୍ୟୁ- ତୁମେ ଆସିବ:
ଅଙ୍ଗୁଠିତ ଆମ୍ବାସର୍ଗର ଅରୁଣ ଆଭାରେ
ଧ୍ୱସ୍ତ ବିଧ୍ୱସ୍ତ ଜନପଦର ଆତଙ୍କିତ ଆମ୍ୟ'ର
ନୀରବ ନୀଡ଼ର ନିକ୍କଣିତ-ପୃଥକୁ ଏକ ରୋଚକର
ଅନୁଭୂତିରେ ।
