Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Others

3  

Sanjya Tripathy

Others

ଅଲୋଡ଼ା ଅତିଥି

ଅଲୋଡ଼ା ଅତିଥି

1 min
187



ଏବେ ମୁଁ ଭୀତତ୍ରସ୍ତ- ଆସନ୍ତି ମୃତ୍ୟୁର ହିମଶୀତଳ ସ୍ପର୍ଶରେ

ପରାହିତ କାମନାର ଅପେକ୍ଷିତ ଶିହରଣରେ

ଏକ ବ୍ୟାଧ- ମୃଗୁଣୀ ଆଳାପର ରୋମାଂଚିତରେ ।

ମୃତ୍ୟୁ- ତୁମେ ଆସିଥୁଲ: ମୋହିନୀର ମହକିତ ମାୟାଜାଲରେ

ବାନ୍ଧବୀର ବହୁବର୍ଷା ବାହୁବନ୍ଧଧନରେ

ବିଳମ୍ବିତ ନ୍ୟାୟର କୁସିତ କୁହୁକରେ ।

ମୃତ୍ୟୁ- ତୁମେ ଆସିଥାଅ: ସତ୍ୟ ଅସତ୍ୟର

ମହାସମରରେ

କ୍ରମଶଃ ଅପସୃୟମାଣ ନୈତିକ ମୂଲ୍ୟବୋଧରେ

ମହାବିନାଶର ମହନୀୟ ମହାକୃଭରେ

ମୃତ୍ୟୁ- ତୁମେ ଆସିବ: ଅଙ୍କୁଠିତ ଆମ୍ବାସର୍ଗର ଅରୁଣ

ଆଭାରେ

ଧ୍ୱସ୍ତବିଧ୍ୱସ୍ତ ଜନପଦର ଆତଙ୍କିତ ଆମର

ନିରବ ନୀଡ଼ର ନିକ୍କଣିତ- ପୃଥିବୀକୁ ଏକ ରୋଚକର

ଅନୁଭୂତିରେ



Rate this content
Log in