ଅଳସୁଆ ଆମେ ହେବା ନାହିଁ
ଅଳସୁଆ ଆମେ ହେବା ନାହିଁ
1 min
184
ଅଳସୁଆ ଆମେ ହେବା ନାହିଁ ରେ
ଅଳସୁଆ ଆମେ ହେବା ନାହିଁ
ଆଳସ୍ଯ ଆମକୁ ସୁଖ ଦେବ ନାହିଁ
ଆଳସ୍ଯ ଥରେ ଗ୍ରାସ କଲେ
ତାକୁ ଛାଡି ହୁଏ ନାହିଁ
ଅଳସୁଆ ଆମେ ହେବା ନାହିଁ ରେ
ଅଳସୁଆ ଆମେ ହେବା ନାହିଁ।
ମୂହୁର୍ତ୍ତେ ସମୟ ନଷ୍ଟ ନ କରି
ପରିଶ୍ରମ କରୁଥିବା ବୁଢିଆଣୀ ପରି
ଆଳସ୍ଯ ହେଉଛି ଶରୀର ଏବଂ ମନର ଧ୍ବଂସକାରୀ
କର୍ମରତ ହେଇ ଆଳସ୍ଯ କୁ ଦେବା ମାରି
କାର୍ଲାଇଲ୍, ସକ୍ରେଟିସ୍, ହେଲି କହିଛନ୍ତି
ଅଳସୁଆ ନ ହେବା ପାଇଁ
ମଣିଷ ଜୀବନ ପାଇ ଆମେ
ଅଳସୁଆ ଆମେ ହେବା କାହିଁ?
ଆଳସ୍ଯ କୁ ଯେ କରେ ଭୟ
ସେ ହୁଏ ଆଳସ୍ଯ ର ଦାସ
ଆଳସ୍ଯ କୁ ଯେ କରେ ଜୟ
ସେ କରିପାରେ ଜଗତେ ବାସ
ଅଳସୁଆ ଆମେ ହେବା ନାହିଁ ରେ
ଅଳସୁଆ ଆମେ ହେବା ନାହିଁ।
