STORYMIRROR

Shiba Charan Mahapatra

Others

3  

Shiba Charan Mahapatra

Others

ଅଳସୀ ଆଖିର ସପନ

ଅଳସୀ ଆଖିର ସପନ

1 min
158

ଅଳସୀ ଆଖିର ସପନ

କ୍ଷଣିକ ନିଦ୍ରା ରେ ମାନସ ମଲାଟେ 

ମଳୟ ଲେପଇ ଚନ୍ଦନ 


ବାଲିସ୍ତୁପ ଇଛା ବେଳାଭୂମି କୋଳେ 

ଆସୁମାରି ଆଶା ଗହଳ

ନିତି ଗଢି ଭାଙ୍ଗି ପୁନରାୟ ଠୁଳ 

ସ୍ୱପ୍ନ ଏଠି ମାଳମାଳ

 

ସାମୁକା କୋରଡ ନୟନ 

ସାଉଣ୍ଟି ଧରୁଛି ପିରତି ମୁକୁତା

ଅଳସୀ ଆଖିର ସପନ

ନେତ୍ର ପରିଧି ର ଗୁପ୍ତ ଚୁମ୍ବନେ

ବାଇଆ ବିଧୁର ଅହର୍ନିଶି ଝୁଲେ

ଝୁଲଣା ଦୋଳି ରେ ଜୀବନ

 

ଘଟ ପଲଙ୍କ ରେ ଶେଯ ପାରିଦେଇ 

ପରାଣ ରଚୁଛି ସଙ୍ଗମ

ଜଞ୍ଜାଳ ଜୀବନ୍ତ ଯନ୍ତ୍ରଣା ଯେତେକ 

ସୁଖରେ ପାଳନ୍ତି ଧରମ 


ପଦୁଅଁ ପାଖୁଡା ସ୍ପନ୍ଦନ 

ପଲକ ଉହାଡେ ସରଗ ଭ୍ରମନ୍ତି 

ଅଳପ ଆୟୁଷ ଜୀବନ 

ଦୁଧ ଅଳତା ରେ ଲହୁଣୀ ଶ୍ରୀଅଙ୍ଗ 

ପିରତି ତା ମାୟା ବନ୍ଧନ

ସେ ଯେ ଅଳସୀ ଆଖିର ସପନ


କେବେ ଆସେ ମାଘ ଶୀତୁଆ ରାତିରେ

ଉଷୁମ ଚାଦର ଢାଙ୍କି 

ଆଉ କେବେ ଫଗୁ ଅବିର ସାଥିରେ

ପ୍ରତିଶ୍ରୁତି ଦିଏ ଫାଙ୍କି


ଜଳେ ମନ ଉପବନ

ପାଗଳ ପରାୟ ଖୋଜିବାକୁ ଧାଏଁ 

ଅମିଷା ରାତି ରେ ଜହ୍ନ 

ସେ ଯେ ଅଳସୀ ଆଖିର ସପନ



Rate this content
Log in