STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଅଳ୍ପ ଅଳ୍ପ-୯୮

ଅଳ୍ପ ଅଳ୍ପ-୯୮

1 min
13K



ଜୀବନ ବନାମ କବିତା

ଦୁଇଟି

କେତେବେଳେ ବନିଗଲା

ଭିନ୍ନସ୍ୱର

ବୁଝିଲାବେଳକୁ କଟିଗଲା

ସମୟ,

ପ୍ରକୃତି

ତାକୁ ମାଗିବାର କିଏ କେବେ ଦେଖିଛି କୁହ ତ ,

ନଦୀ,ପର୍ବତ,ମରୁଭୂମି

ପବନ,ଆଲୋକ

ଗ୍ରୀଷ୍ମ,ଶୀତ, ବର୍ଷ ବସନ୍ତ

ତା ସହ

ଶାନ୍ତ ସବୁଜିମା

ଗୋଟିଏ ସହ ଅନ୍ୟଟିର

ତନ୍ମୟ,

ଲୟ,ତାଳ,ମୃଦୁମୂର୍ଚ୍ଚନା,

ଧରାବନ୍ଧା ନିୟମ,

ମଣିଷ,

ତା ସହ ଯଦି ନ ଥାନ୍ତା

ସାପ-ବେଙ୍ଗର ଖେଳ ,

କଣ ଅସନ୍ତୁଳିତ ହୋଇ ଯାଇଥାନ୍ତା

କି ଏ ପ୍ରକୃତି ?

ମୋ ଜୀବନ ଠାରୁ ସୁନ୍ଦର ହୋଇ ନ ଥାନ୍ତା ମୋ କବିତା,

ହଁ ! ଏ କଥା ସତ କିଛି ଶବ୍ଧ ଗିଳିଯାଏ ଅନ୍ୟ ଗୋଟିଏ ଶବ୍ଦକୁ

ଆଦେଖା କରି ହାରଜିତର ଖେଳ,

କବିଟିଏ,

ଜୀବନ ବନାମ କବିତାକୁ ଯୋଡ଼ିଦେଲ ତୁମେ

ପ୍ରକୃତି

ଦୁଇଟି ଭିନ୍ନ ସ୍ୱରରେ

ତଥାପି

ଦେଖ

କେମିତି ହସୁଛି ମୋ କବିତା

ହଳଦିଆରଙ୍ଗ ଶାଢ଼ୀ

ପିନ୍ଧି

ପାହାଡ଼କୋଳେ ଶୀତୁଆ ସକାଳର

ଅଳସୀ କ୍ଷେତରେ------!

©®କାଶ୍ୟପ

ରାମ ପ୍ରସାଦ ବିଶୋଇ,

ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍