STORYMIRROR

Smruti Ranjan Tripathy

Others

3  

Smruti Ranjan Tripathy

Others

ଅଲେଖା କାଗଜ

ଅଲେଖା କାଗଜ

1 min
13.9K



ବୋଳିବୁନି ତୋ' ଦେହକୁ କାହା ଉଷୁମ କାଳିରେ

ହୋଇପାରେ ଗୋଟାଏ ପୃଷ୍ଠାର ନୀରବତା ଆଲିଙ୍ଗନ କରିପାରେ ସାରା ଜୀବନକୁ ତୋ'ର

ବରଂ ରହିଯିବୁ ଅଲେଖା କାଗଜଟିଏ ହୋଇ

ପରସ୍ପର ବୁଝାମଣାରେ କଟିଯିବ ଯାବତ ଜୀବନ..ତୁ ଆଉ ତୋ' ଅନ୍ତଃ ସ୍ୱର...


ସତର୍କ ରହିବୁ....ନଚେତ କୋଉ ଲେଖକ ଲେଖିପାରେ ତା' ଜୀବନ ବୃତାନ୍ତ

ଠଉରେଇ ନପାରିଲେ, ଦେହଟା ପାଲଟିଯାଇପାରେ କୋଉ ରୋମାଂଚ କାହାଣୀ

ଅବା କୋଉ ଉପନ୍ୟାସର ଖୋଲା ଇସ୍ତାହାର..

କବିଟିଏ ଆଙ୍କିପାରେ ପ୍ରୀତିର ନୀରବ ବିଡମ୍ବନା, ଅବା କ୍ଷତାକ୍ତ ହୋଇପାରୁ

ଦଶନ୍ଧି ଦଶନ୍ଧି ଧରି ଯୁଗବତ କ୍ରାନ୍ତିର ରକ୍ତ ଛିଟାରେ ..

ବପୁବନ୍ତ ବେତାଳ ବି ଆକ୍ରମଣ କରିପାରେ କୋଉ ରାଜା କାନ୍ଧରେ ବସି

କେତେ ଦହଗଞ୍ଜ ହେବୁ , ଛାପାକଳରେ ପେଷି ହେବୁ , ପତ୍ରିକାହାଟରେ ନିଲାମ ହେବୁ

ପୁଣି କବାଡିଆଙ୍କ ନିକିତିରେ ମୁଣ୍ଡଟେକି ଅପେକ୍ଷାରେ ଥିବୁ କୋଉ କୋମଳ ଛଳନାର ମୃଦୁ ଆଘାତକୁ

ବରଂ ରହିଯିବୁ ଅଲେଖା କାଗଜ ଟିଏ ହୋଇ

ନଚେତ କୋଉ ଅପବାଦର ସ୍ବାକ୍ଷରରେ ଵିଲାପୁଥିବ ଗୋଟିଏ ସ୍ପନ୍ଦନ ବିହୀନ ବୁକୁ ......


Rate this content
Log in