STORYMIRROR

JITENDRA CHANDRA SAHOO

Others

4  

JITENDRA CHANDRA SAHOO

Others

ଅଲେଖ ମହିମା ଶରଣଂ

ଅଲେଖ ମହିମା ଶରଣଂ

1 min
725

ଶୂନ୍ୟ ରେ ଆହାର ଶୂନ୍ୟ ରେ ବିହାର

ଶୂନ୍ୟ ରେ ତାଙ୍କ କୁଟୀର

ଅନାଦି ଅନନ୍ତ ପୂର୍ଣ୍ଣବ୍ରହ୍ମମୟ

ନିର୍ଗୁଣ ଅରୂପେ ଲୟ ।।

ଶୂନ୍ୟେ ହସ୍ତ ଟେକି ଢାଳି ପ୍ରେମ ଭକ୍ତି

ଜାଳିଣ ଅଖଣ୍ଡ ବତି

ଗୁରୁ ବ୍ରହ୍ମ ଜ୍ୟୋତି ଦର୍ଶନେ ମୁକତି

ମାଟି ଘଟୁ ନେବୁ ମୁକ୍ତି ।।

ଅବ୍ୟକ୍ତ ଅମାପ ତାଙ୍କ ଗୁଣ ରୂପ

ବିଶ୍ଵ ବ୍ରହ୍ମାଣ୍ଡ ରେ ଖ୍ୟାତି

ଭକ୍ତି ରୂପି ଘୃତ ଢାଳୁଥିବୁ ନିତି

ଲଭିବୁ ଗୁରୁଙ୍କ ଜ୍ୟୋତି ।।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍