STORYMIRROR

Sanjaya Ananda Kumar Tripathy

Others

4  

Sanjaya Ananda Kumar Tripathy

Others

ଅକୁହା ମୋର କାହାଣୀ

ଅକୁହା ମୋର କାହାଣୀ

1 min
339

ଆଜି ଦେଖା ହେଲେ ମୁହଁ ମୋଡି ଯିଏ

ବାଟ ଭାଙ୍ଗି ଯାଏ ଚାଲି,

ଦିନେ ସିଏ ପୁଣି କହୁଥିଲା ମୋତେ

ତୁମେ ମୋ ଜୀବନ ବୋଲି ।

ତୁମେ ମୋ ଜୀବନ ତୁମେ ମୋ ସପନ

କହିଅଛି ଶତ ବାର,

ଆଜି ମୁଁ ବୁଝିଲି ମିଛ ଥିଲା ସବୁ

ଅଟେ ସିଏ ସ୍ୱାର୍ଥପର ।

ପ୍ରତାରଣା କରି ଅଧା ବାଟେ ସିଏ

ହାତ ଛାଡି ଦେଲା ମୋର,

ମିଠା କଥା କହି ଜୀବନରେ ପୁଣି

ଭରି ଦେଲା ସେ ଜହର ।

ନିଜ ସ୍ୱାର୍ଥ ପାଇଁ ପଛେ ପଡିଥିଲା

ଏବେ ମୁଁ ପାରିଲି ଜାଣି,

କାହାକୁ କହିବି ଭାଗ୍ୟକୁ ନିନ୍ଦୁଛି

ଅକୁହା ମୋର କାହାଣୀ ।



Rate this content
Log in