STORYMIRROR

pratap nayak

Others

2  

pratap nayak

Others

ଅକୁହା କଥା

ଅକୁହା କଥା

1 min
268


ପ୍ରତାପ ନାୟକ

7008054282


ହସର ଖିଆଲି ବଣରେ

ଲୁହ ଯେବେ ଆସେ

ହୃଦୟର କେଉଁ ଏକ ନିଭୃତ କୋଣରୁ

ହସ ଲୁହର ସମାହାର

ଚୁନାକରେ

ତରଳିଥିବା ବିଶ୍ୱାସର କାଦୁଅ ପଙ୍କ

ଫେଣ ହୋଇ ବୋହିଯାଏ

ତୁମ ଘରଆଡେ

ସେତେବେଳେ ଅରଣା ସମ୍ପର୍କ

ତୁମର ଆଉ ମୋର

ଚୁପି ଚୁପି କେତେ ଗପ କରେ

ଯେମିତି

ବର୍ଷ ବର୍ଷର ଅକୁହା କଥା

ଶେଷ ହୁଏ ଗୋଟିଏ ରାତିରେ

ଭାସିଯାଏ ଲୁହ ସେଠି

ହସ ଦରିଆରେ

ସୀମା ସରହଦ ଡେଇଁ

ଯେଉଁଠି ପାଇବନି ରାତି

ଉଠିବନି ସୂର୍ଯ୍ୟ

ଲାଲ୍ ହେବନି ସିନ୍ଦୁରା ଦିଗଟା

ମଥାର ସିନ୍ଦୁର କିନ୍ତୁ

ଝଟକୁଥିବ ମୋ ଆଖି ଆଇନାରେ

ସେଇଠି ହସ ଗାଲିଚାରେ

ଲୁହ ଲହରୁଥିବ

ଚାହିଁ ମତେ କଣେଇଁ କଣେଇଁ

ମୋ ସରାଗର ସୀମା

ପରସୁଥିବ କେତେ ଯେ ଉନ୍ମାଦ

ପୁଣି କେତେଯେ ଯାତନା

ମିଳୋଉ ଥିବ ସେ ହସର ଖିଆଲି ବଣରେ

ବୋହି ବୋହି ଲୁହ ହେଇ

ମୋର ଚଉପାସେ

ବୋହି ବୋହି ଲୁହ ହେଇ

ମୋର ଚଉପାସେ


Rate this content
Log in