STORYMIRROR

Mamata kumari Behura

Others

4  

Mamata kumari Behura

Others

ଅକୁହା କଥା

ଅକୁହା କଥା

1 min
323

କଥା ତ କଥା ଅକୁହା କଥା

କହି ହୁଏ ନାହିଁ କାହା ଆଗେ ବୋଲି

ମନରେ ଦିଏ ସେ ଅନେକ ବ୍ଯଥା

ଅକୁହା କଥା। 


ମନରେ ରହି ନହୁଏ କହି

ଭାବି ଭାବି ରହି ତହିଁରୁ ଦୂରେଇ

ଯିବାକୁ ମନରେ କରଇ ଚିନ୍ତା

ଅକୁହା କଥା। 


କାହାର ଆଗେ କହିବି ଭାବେ

କହିଦେଲେ ମନ ହାଲୁକା ହୁଅଇ

ମନରୁ ଦୂରେଇ ଯାଏଟି ବ୍ଯଥା

ଅକୁହା କଥା। 


କହି ପାରେନି ସହି ପାରେନି

ଭାବେ ନକହି ମୁଁ ଲେଖି ଦେବି ସବୁ

ମନ ଭିତରର ସେହି ବାରତା

ଅକୁହା କଥା। 


କଥା କୁ ଭାବି ଲୁହରେ ଭେଦି

ଆଖି ଲୁହେ ସିନା ଭିଜେ ପିନ୍ଧା କାନି

ଲେଖା ରହିଯାଏ କଥାଟା ଅଧା

ଅକୁହା କଥା। 


ନିଦ ଆସେନି ମନ ବୁଝେନି

ଅବୁଝା ମନଟା ଝୁରିଝୁରି ରହେ

ଭ୍ରମରେ ଯେମିତି ଘୂରଇ ମଥା

ଅକୁହା କଥା। 


ରାତିତ ପାହେ ସକାଳ ହୁଏ

ଉଦାସ ମନରେ ସାରାଦିନ କଟେ

ଆନମନା ହୁଏ ମୋ ହୃଦୟଟା

ଅକୁହା କଥା।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍