STORYMIRROR

Prasanta Kumar Behera

Others

3  

Prasanta Kumar Behera

Others

ଅକୁହା ବେଦନା

ଅକୁହା ବେଦନା

1 min
144


ଆଜି ମୁଁ ବୁଝୁଛି 

ତୋ ଚାହାଣୀ ଥିଲା

ତୋର ଅବୋଧ ମନର ଭାଷା 

ନିର୍ବୋଧ ମୋ ଆଖି 

ଧରି ପାରିଲାନି

ତୋ ନୀଳ ଆଖିର ଗହନ ଆଶା l


ସୁରଧୁନୀ କୁଳେ 

ନିରତେ ମୁଁ ଥିଲି

ନିଭାଇ ପାରି ମୁଁ ନଥିଲି ତୃଷ୍ଣା

ନିଜେ ଜଳୁଥିଲି 

ତୋତେ ଜାଳୁଥିଲି

କସ୍ତୁରୀ ପାଇଁ ବୁଲୁଥିଲି ଦଶଦିଶା l


କ୍ଲାନ୍ତ ମୁଁ ଏବେ 

ମୋ ବିଜନ ବେଳାରେ

ଉଁକି ମାରେ ତୋର ଦୁଇ ଆଖି

ଅସରା କାମନା 

ଅଶ୍ରୁଭିଜା ଅପଘନେ

ସ୍ମୃତି ମୋ ପଖାଳେ ଆଜି l


ସ୍ମୃତି ମୋର ଆଜି 

ଅକୁହା ବେଦନା

ଅନ୍ତର ତଳର ଅସ୍ଫୁଟ ଭାଷା

ଆଜି ମୁଁ ବୁଝୁଛି 

ତୋ ଚାହାଣୀ ଥିଲା

ତୋର ଅବୋଧ ମନର ଭାଷା l



Rate this content
Log in