STORYMIRROR

Mamata kumari Behura

Others

3  

Mamata kumari Behura

Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
221


ସମାଜେ ସମୃଦ୍ଧି, ସୌଭାଗ୍ୟ, ସୌହାର୍ଦ୍ଦ୍ୟ

ମନର ପବିତ୍ର ପାଇଁ, 

ବୈଶାଖ ମାସର ଶୁକ୍ଲ ତୃତୀୟାରେ

ଅକ୍ଷି ତୃତୀୟା ପାଳଇ। 

କୃଷି କାର୍ୟ୍ଯର ଯେ ଶୁଭାରମ୍ଭ କରେ 

କୃଷକ ଭାଇ ଆମର। 

କୃଷି ଭିତ୍ତକ ପର୍ବ ରୂପେ ରହି

ଅଛି ପରମ୍ପରା ଏହାର।

ଅକ୍ଷିମୁଠି ଅନୁକୂଳ କରି ଚଷା 

ଲଭି ଥାଏ ଫଳ ପୂଣ୍ୟ, 

ଅକ୍ଷୟ ତୃତୀୟା ମହତ୍ୱ ଅଟଇ

ବହୁତ ଗୁରୁତ୍ବ ପୂର୍ଣ୍ଣ।

ଗଙ୍ଗା ମାତା ଏହି ଦିବସରେ ପୁଣି

କରି ଧରାବତରଣ, 

ମହର୍ଷି ପରଶୁରାମ ଜନ୍ମି ଥିଲେ

ଏ ପୂଣ୍ୟ ତିଥିରେ ଜାଣ।

ସତ୍ଯ ଓ ତ୍ରେତୟା ଯୁଗର ଆରମ୍ଭ

ହୋଇ ଥିଲା ଏହି ଦିନ, 

ମାତା ଦ୍ରୌପଦୀଙ୍କୁ ପ୍ରଭୁ ଶୀରିକ୍ରୁଷ୍ଣ

କରି ଥିଲେ ବସ୍ତ୍ର ଦାନ।

ଧର୍ମ ଯୁଦ୍ଧ ମହାଭାରତର ଥିଲା

ଏହା ପରା ଶେଷ ଦିନ। 

ରଥ କାମ ପୁଣି ଆରମ୍ଭ କରନ୍ତି

ବିଶ୍ବକର୍ମା ଏହି ଦିନ। 

ଭକ୍ତ ଜୟଦେବ ଏହି ଦିବସରେ ଜନ୍ମି

କେନ୍ଦୁବିଲ୍ୱ ଗ୍ରାମେ, 

ଗୀତ ଗୋବିନ୍ଦକୁ ସମରପି ଦେଲେ

ଓଡ଼ିଆ ଜାତିର ନାମେ।

ପ୍ରଭୁ ବଳରାମ ଏହି ଦିବସରେ

ବିବାହ କରି ରେବତୀଙ୍କୁ, 

ଚନ୍ଦନ ଯାତ୍ରାର ଶୁଭାରମ୍ଭ ବୋଲି

ଜଣା ଅଛି ସମସ୍ତଙ୍କୁ। 

କ୍ରୁଷ୍ଣ ସୁଦାମାଙ୍କ ବନ୍ଧୁତ୍ୱ ଆରମ୍ଭ

ହୋଇ ଥିଲା ଏହି ଦିନ, 

ସବୁ ଶୁଭ କାର୍ଯ୍ୟର ଶୁଭ ଆରମ୍ଭ

ଓଡ଼ିଆ କରନ୍ତି ଜାଣ।


            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍