STORYMIRROR

Bijaya Panda

Others

4  

Bijaya Panda

Others

ଅକ୍ଷୁର୍ଣ ରହୁ ସଂସ୍କୃତି ଐତିହ୍ୟ

ଅକ୍ଷୁର୍ଣ ରହୁ ସଂସ୍କୃତି ଐତିହ୍ୟ

1 min
336

ଗୌରବ ମୟ ସଂସ୍କୃତି ଆମରି

ବାର ମାସେ ତେର ପୁନେଇଁ ପରବ

କେତେ ଖୁସିରେ ପାଳନ କରି

ଭାଇ ବନ୍ଧୁ ସଂଗେ ସ୍ନେହ ମୈତ୍ରୀ ଭାବ

ପିଠା ପଣା ସଂଗେ ହସ ଖୁସିର ମଉଜ

ପୁଣି ଥରେ ହୃଦୟକୁ କିଏ ବା ଫେରାଇ ଦେବ ।


ପୁରୀ କୋଣାର୍କ ଲିଙ୍ଗରାଜ କ୍ଷୀରଚୋରା ଭଳି

ଐତିହାସିକ ସ୍ଥଳରେ ଭରା ମୋ ଜନ୍ମଭୂମି

ଉଦୟଗିରି ଖଣ୍ଡଗିରି ଭଳି ପ୍ରସିଦ୍ଧ ସ୍ଥାନରେ ଓଡ଼ିଶାର ଭିତ୍ତିଭୂମି ।


ମନ୍ଦିର ମାଳିନୀ ରାଜଧାନୀ ଆମ ସଦା ସର୍ବଦା ତତ୍ପର

ଏଇ ମାଟିରୁ ଜନମିଛନ୍ତି କେତେ ଯୋଦ୍ଧା ସଂଗ୍ରାମୀ ବୀର ।


ଉତ୍କଳମଣି ଗୋପବନ୍ଧୁ, ସହିଦ ବାଜିରାଉତ

ଜୟୀରାଜଗୁରୁ, ଖୋର୍ଦ୍ଧାର ପାଇକ ବିଦ୍ରୋହ

କେତେ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ

କେମିତି ଭୁଲିବ ଏଇ ମାଟିର ଐତିହ୍ୟ ।


ମଧୁବାବୁଙ୍କ ମହାନତା ଅତୁଳନୀୟ

କରିଥିଲେ ପଣ ନିଜ ମାତୃଭାଷା ପାଇଁ

ଭାଷା ଆନ୍ଦୋଳନର ନେତୃତ୍ୱ ନେଇ

ଓଡ଼ିଆ ଭାଷାକୁ ଆଣିଦେଲେ ସ୍ୱତନ୍ତ୍ର ପରିଚୟ ।


ଆମେ ପାଳିବା ଆମ ମହାନ ପରମ୍ପରାକୁ

ନୂତନ ପିଢ଼ିକୁ ଚେତେଇ ଦେବା ଆମ ଗୌରବ ଗାଥାକୁ

ପାଶ୍ଚାତ୍ୟ ସଭ୍ୟତାର ଅନୁକରଣରେ

ହଜିନଯାଉ ଲିଭି ନଯାଉ ଆମ ମହାନ ଐତିହ୍ୟ

ପୂର୍ବ ପୁରୁଷଙ୍କ ତ୍ୟାଗ ନଯାଉ ବ୍ୟଥାରେ

ଚେଷ୍ଟିତ ହେବା ଆମେ ଐତିହ୍ୟର ନବଦିଗନ୍ତର ଅନ୍ୱେଷଣରେ ।।


Rate this content
Log in