STORYMIRROR

Jagannath Barik

Others

3  

Jagannath Barik

Others

ଅକ୍ଷରା

ଅକ୍ଷରା

1 min
119

ଅକ୍ଷରା ଯାହା ତ ନୁହଁଇ କ୍ଷରା

ଅଚ୍ୟୁତା ଅସୀମା ଅବ୍ୟକ୍ତା ପରା

ଅବିନଶ୍ୱରା ଯା ଶାଶ୍ୱତୀ ଚିରା

ଅକଳ୍ପନୀୟା ଯା କୀର୍ତ୍ତି ଅସରା

ଅନାଦି ଅପରା

ଅନିର୍ବଚନୀୟା କାନ୍ତି ଭାସ୍ଵରା ||


କ୍ଷଉଣୀ ପାଳିନୀ କ୍ଷିତି ଧାରିଣୀ

କ୍ଷମା ଦୟା ସତ୍ୟ ଶାନ୍ତି ରୂପିଣୀ

କ୍ଷପା କ୍ଷପାକର ଋକ୍ଷ ରକ୍ଷିଣୀ

କ୍ଷରା ଅକ୍ଷରା ହ୍ଲାଦିନୀ ସନ୍ଧିନୀ

କ୍ଷଣପ୍ରଭା ଜିଣି

କ୍ଷମତା ମମତା ଅବଧାରିଣୀ ||


ରାଜ ରାଜେଶ୍ଵରୀ ବିଷ୍ଣୁ ମୋହିନୀ

ରାକା ରଜନୀଶ ଆସ୍ୟ ଶୋଭିନୀ

ରାସେଶ୍ୱରୀ ରାସ ରସ ରଙ୍ଗିନୀ

ରାଗ ଅନୁରାଗ ଶ୍ରଦ୍ଧାବର୍ତ୍ତିନୀ

ରାଜୀବ ନୟନୀ

ରାଧାରାଣୀ ତିନି ଲୋକବନ୍ଦିନୀ ||


ଅପ୍ରାକୃତ ପ୍ରେମାମୃତ ବର୍ଷିଣୀ

ଅନାହତ ଚକ୍ର ଦଳ ବାସିନୀ

ଅତୁଳିତ ଶକ୍ତି ଆର୍ତ୍ତ ନାଶିନୀ

ଅରାତି ମର୍ଦ୍ଦିନୀ ଅକସୂଦିନୀ

କ୍ଷମ କପର୍ଦ୍ଦିନୀ 

ରାତ୍ରଦିବା କରେ ପଦେ ଦୟିନୀ ||



Rate this content
Log in