STORYMIRROR

Satyabati Swain

Others

3  

Satyabati Swain

Others

ଅକଳନ ଆନନ୍ଦ

ଅକଳନ ଆନନ୍ଦ

1 min
244


ସେଦିନ

ସେଥିଲା

ଆଉ ମୁଁ ବି

ଯେବେ ସ୍ବପ୍ନ ସୁନା ହରିଣ ପରି

ଦୌଡୁଥିଲେ

ଅଗନା ଅଗନି ବନସ୍ତ ମଧ୍ୟେ

ଆମେ ଗୋଡାଉଥିଲୁ ପଛେ ପଛେ

ସମ୍ଭାବନା,ସମୟ,ଶ୍ରମ ସହ

କିଛି ହେବା ପାଇଁ

ରେଭେନ୍ସା ମହାବିଦ୍ୟାଳୟରେ।


ସେ କହିଲା ଏଡିଟର ମହାଶୟ

ମୋ ମନକୁ ଫାଡ଼ିଦେଲେ

ପାମ୍ପଡ଼ ପରି ମଡ଼୍ ମଡ୍

ଏମିତି କହି

ହସି ହସାଉଥିବା

ମୋ ହୃଦ କାଁଥେ

ସବୁଦିନ ଛାପି

ରହିଥିବା

ଜଣେ ପ୍ରିୟ ମୁହଁ ।


ହଠାତ୍ ଦିନେ

ବିନା ସୂଚନାରେ

ମୋ ଘର କବାଟ ଠକ୍ ଠକ୍ କଲା ସେ

ମୁଁ ଅଭିମାନରେ ଶୋଇଥିଲି

ସେ ଜଗାଇ ଦେଲା

କହିଲା ତୋ ସ୍ମାର୍ଟନେସ୍ କାଇଁ!

ତୁ କଣ ଲେଖା ଛାଡି ଦେଲୁ!

ମୁଁ ଫଁ କରି ଉଠିଲି

ପୁଣି କଲମ

ସକ୍ରିୟ ହେଲା

ଯାହା ପାଇଁ ଏବେ ଅଭିନନ୍ଦନ ଓ ଖୁସି

ପାହଡ଼ ତଳେ ଫଳାଉଛି

ଗପର ଫସଲ।


ସେମିତି ଜଣେ

ଅନ୍ତରଙ୍ଗ ବାନ୍ଧବୀର

ଏମିତି ଦିନ

ଯାହାପାଇଁ ଓଠ,ହୃଦ ହସେ

ମନ ଖୁସି ଦୋଳିରେ ଝୁଲେ

ବାପା ବୋଉ ମନେ ପଡନ୍ତି

ପାଦ ଆପଣା ଛାଏଁ

ଚାଲିଯାଏ ମନ୍ଦିର

ପ୍ରଭାସିନୀ!

ସୁଇଟି ହାର୍ଟର

ଜନ୍ମଦିନ।।


କ୍ୟାଣ୍ଡେରର ପୃଷ୍ଠା ବି

ଗାଢ଼ ଦେଖାଯାଏ

ଧନ

ସୁମନାସ

ମୁଠେ ଭଲ ପାଇବା

ସୁସ୍ଥ ରହ

ଖୁସିରେ ଥା

ଅକଳନ ଆନନ୍ଦ

ତୋର ହେଉ ପୁଞ୍ଜି

ଜୀବନ ତମାମ।



Rate this content
Log in