Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଉମା ଶଙ୍କର ମାଝୀ

Others

3  

ଉମା ଶଙ୍କର ମାଝୀ

Others

ଅଜଣା

ଅଜଣା

1 min
173



ଆମ ଜୀବନ ର ପରିଧି ମଧ୍ୟରେ

ଅନେକ ଘଟଣା ଘଟେ

ଅଜଣା ଅଚିହ୍ନl ମଣିଷ ସହିତ

ସମ୍ପର୍କ ଖିଅ ଟି ଜୁଟେ l 0 l


ଅଜଣା ହେଲେ ବି ଆତ୍ମୀୟ ଲାଗନ୍ତି

ସୁଖେ ଦୁଃଖେ ଥାନ୍ତି ରହି

ଦେବଦୂତ ସାଜି ଆମରି ଜୀବନେ

ପ୍ରେରଣା ଦିଅନ୍ତି ସେହି l 1 l


କିଏ କହେ ଥିଲେ ଇଶ୍ୱର ଙ୍କ କୃପା

ଭଲଲୋକ ଙ୍କ ଆଶିଷ

ନିଜ ମନ ଯାର ସୁନ୍ଦର ଅଟଇ

ତାଙ୍କୁ ମିଳଇ ଅବଶ୍ୟ l 2 l


ଅଜଣା ଅଶୁଣା ନୁହେଁ ସେହି ଜନ

ଶିଖୁ ଯା'ଠୁ ଭଲ ଗୁଣ

ଦୂରରେ ରହି ବି ଏକଲବ୍ୟ ଶିଷ୍ୟ

ଧନୁର୍ବିଦ୍ୟାର ଅର୍ଜନ l 3 l


ନିଜ ଲୋକ ଯଦି ପାଖେ ନ ରହିଲେ

ଅଜଣା ଅଶୁଣା ହୁଏ

ସାହାଯ୍ୟ କରିଲେ ଅଜଣା ଲୋକଟି

ଆପଣା ର ହୋଇଯାଏ l 4 l


ଇଶ୍ୱର ଙ୍କ ଲୀଳା ଅତ୍ୟନ୍ତ ବିଚିତ୍ର

ବୁଝିବା ଯେ କଷ୍ଟକର

ଅଜଣା ଲୋକର ମାଧ୍ୟମରେ କେବେ

ମିଳେ କେତେ କଥା ସାର l 5 l


ଅଜଣା ରାସ୍ତାରେ କେବେ ଭେଟ ହୁଏ

ଅନେକ ଲୋକ ଙ୍କ ସହ

କିଛି ରହିଯାନ୍ତି ସ୍ମୃତି ସିଲଟରେ

ଲିଭେନା ତାଙ୍କର ମୁହଁ l 6 l


ଅଜଣା ଅତିଥି ହୃଦ ରାଇଜର

ସିଂହାସନେ ପୂଜା ପାଏ

କେଉଁ ନାମ ଦେବା ସେହି ସମ୍ପର୍କ ର

ମନେ ପ୍ରଶ୍ନ ରହିଯାଏ ? I 7 l


ଏ ଜୀବନେ ହୁଅ ଅଜଣା ପଛକେ

କର ଅନ୍ୟ ଉପକାର

ନିଜ କର୍ମ କେବେ ନ ହେଉ କାରଣ

କାର ଆଖି ଲୁହଧାର l 8 l


ଅଜଣା ମନୁଷ୍ୟ ଆମ ଜୀବନରେ

କେତେ ଆସି କେତେଯା'ନ୍ତି

କିଏ ଦେଇଥାନ୍ତି ମିଠା ଅନୁଭୂତି

କେ ତିକ୍ତ ଦେଇ ପଳାନ୍ତି l 9 l


କାହା ଜୀବନରେ ଚିହ୍ନଲ କି ଅଚିହ୍ନl

    ଯାହା ବି ଆମେ ହୋଇବା

 ଏମିତି  କରମ କରି ଚାଲିଯିବା 

 ସ୍ମୃତି ହୋଇ ବଞ୍ଚିଥିବା l 10 l


Rate this content
Log in