Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Others

3  

Shanti Mishra

Others

ଅଜଣା ରାଗର ଗୀତ

ଅଜଣା ରାଗର ଗୀତ

1 min
207


ଦେଖିଥିଲି ଦିନେ ତୁମକୁ,ସହରର ପ୍ରଖ୍ୟାତ ମେଳାରେ,

ରେଶମୀ ଶାଢୀରେ, ଆସିଥିଲ ମୋ ଭଉଣୀ ସାଥିରେ l

ଭଉଣୀ ପଛେ ରହି, ହସୁଥିଲ ଖାଲି ମୁରୁକି ମୁରୁକି,

ଇଶାରାରେ କିଛି କହି ଚାଲିଥିଲା ତୁମର ସେ ଦୁଇ ଆଖି l


ସେଦିନୁ ଆଉଥରେ ଦର୍ଶନ ଅଭିଳାଷୀ ଥିଲା ଏ ତୃଷାର୍ତ୍ତ ମନ,

ଦେଖା ହୋଇଗଲେ ସତେ ଜୀବନ ହୋଇଯାଆନ୍ତା କି ଧନ୍ୟ l

ନିଦ ଭୋକ ଭୁଲି ରାତି ଦିନ ଖାଲି ତୁମ କଥା ଭାବୁଛି,

ଛବିରେ ଆଙ୍କିବାକୁ, ଭିଡ଼ରୁ ଦୂରେଇ ଏକାନ୍ତ ଟିକେ ଖୋଜୁଛି l


ଏବେତ ନିତି ଆମ୍ଵଡାଳେ, ପତ୍ରର ଗହଳେ କୋଇଲି ଆସି ବସୁଛି,

ପଞ୍ଚମ ତାନରେ ରାଗ ଦରବରୀ, ଦେଶ,କଳାବତୀ ଗାଉଛି l

ଗୀତରେ ଗୀତରେ ତୁମ ଆସିବାର ବାରତା ଦେଇକି ଯାଉଛି,

ରାତିରେ ଭଲରେ ଶୋଇ ନପାରି, ପାହାନ୍ତି ପୂର୍ବରୁ ଉଠୁଛି l


ଯେତିକି ଭାବୁଛି ତୁମ କଥା ମୁହିଁ, ତୁମେ ସେତିକି କି ଭାବୁଥିବ,

ପରସ୍ପରର ଭାବନା ଅଜାଣତେ ହସ୍ତାନ୍ତର କଣ ହୋଇଥିବ !

ସେଦିନ ଡାକବାଲା ଚିଠି ନିଅ, ବୋଲି ଯେବେ ବଡ ପାଟିରେ ଡାକିଲା,

ଭାବିଲି ତୁମ ଠାରୁ ବୋଧେ, ପ୍ରେମ ସମ୍ବୋଧିତ ଚିଠି ଖଣ୍ଡେ ଆସିଗଲା l


ଦୌଡି ଯାଇ ଡାକବାଲା ହାତୁ ଚିଠି ଖଣ୍ଡ ଯେବେ ଆଣିଲି,

ଚିଠି ନୁହେଁ ନିମନ୍ତ୍ରଣ କାର୍ଡ ଦେଖି ଟିକେ ଚମକି ପଡିଲି l

ଭଉଣୀ ଫୋନ କରି କହିଲା ସେଦିନ, ତା ନଣନ୍ଦର ବାହାଘର,

ଆସିବୁ ନିଶ୍ଚୟ, ଅତିଥି ସତ୍କାର ଦାୟିତ୍ଵ ହେବ ତୋହର l


ଅକୁହା ପ୍ରେମର ସ୍ରୋତଟା ଯୁଗେ ଯୁଗେ ବାଲିଚରେ ହଜିଯାଏ,

ଅସଲ ଶବ୍ଦର ପରି ପ୍ରକାଶ ଅଭାବରୁ ହୃଦୟ ଶାସ୍ତି ପାଏ l

ପଶ୍ଚାତାପ ନିଆଁରେ ପୋଡିଜଳି ମନ ଛଟପଟ ହୁଏ,

ଉପରେ ହସି ଲୁଚେଇ ଲୁଚେଇ ଲୁହର ଆଶ୍ରୟ ନେବାକୁ ପଡେ l


ଏବେ ଭାବୁଛି ଗଲେ ତ ନିଶ୍ଚୟ ହେବ ଅବସାଦ,

ନଗଲେ ଝୁରୁଥିବା ମନରୁ କେମିତି ଯିବ ଏ ଖେଦ l

ଯିଏ ନବୁଝିଲା ତା ଭିତର ଗୀତର ସ୍ଵର ଆଉ ଛନ୍ଦ,

ଅଯଥାରେ କାହିଁକି ହେବ ତା ପାଇଁ ଭଲା ସେ ବରବାଦ l



Rate this content
Log in