STORYMIRROR

Nityananda Behera

Others

3  

Nityananda Behera

Others

ଅଜଣା ମଣିଷ

ଅଜଣା ମଣିଷ

1 min
347

ରାସ୍ତାରେ ଚାଲୁ ଚାଲୁ...

ଅନେକେ ଦେଖା ହୁଅନ୍ତି

କିଛି ଜଣା କିଛି ଅଜଣା

କିଛି ଚେହେରା ଭୁଲିହୁଏ

କିଛି ଭୁଲିହୁଏ ନାହିଁ....

ମନେ କିଛି ରହିଯାଏ ଛାପ ....।

କିଛି କଥା କିଛି ବ୍ୟଥା

ଘୁରେଇ ଦିଏ ମଥା

କିଛି ହଜିଯାଏ ଅନ୍ଧକାରେ....

କିଛି ସାଜେ ଜୀବନରେ....

ଅଲିଭା ସେ ଦୀପ...।।

କିଛି ବଦାନ୍ୟ ଥାନ୍ତି...

ବିପଦରୁ ଉଦ୍ଧାରି ...

ରଖିଥାନ୍ତି ପ୍ରାଣ....

କିଛି ସାହାଯ୍ୟ ,କିଛି ସହାନୁଭୂତି

ମଣିଷପଣିଆର କିଛି

ପରିଚୟ ଦିଏ....

କିଛି ଅମଣିଷ ବି ଥାନ୍ତି....

ଆଖିରେ ଦେଇଯାନ୍ତି ଲୁହ......



Rate this content
Log in