STORYMIRROR

JitendraNath Gahir

Others

3  

JitendraNath Gahir

Others

ଅଜଣା ଅତିଥି

ଅଜଣା ଅତିଥି

1 min
416

ସୁଖର ସବାରୀ ସାଜିଛି ବଇରୀ

ଗରିବ କୁଟୀରେ ମୋର,

ଦୁଃଖ ବନ୍ଧୁ ଆସି କବାଟ ପିଟୁଛି

ବୁଝିବ ବୋଲି ଖବର ।୧।

କେମିତି କହିବି ଦୁଃଖରେ ହସୁଛି

ଛାତିରେ ଚାପି ଦରଦ,

ଅଭିଶାପ ଅଟେ ଏମିତି ଜୀବନ

ବଞ୍ଚିବା ଭାରି ବିପଦ ।୨।

ତଥାପି ବଞ୍ଚିବି ଦୁଃଖର ସହରେ

ନିତି ଦୁଃଖ ପିଇ ପିଇ,

ନୀଳକଣ୍ଠ ସମ ବିଷପାନ କରି

ଖୁସିରେ ଯିବିମୁଁ ଜୀଇଁ

ତୋହରି ମୁହଁକୁ ଚାହିଁ ।୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍