STORYMIRROR

Parameswar Ojha

Others

3  

Parameswar Ojha

Others

ଅଜବ ପ୍ରେମ

ଅଜବ ପ୍ରେମ

1 min
105


ଅଜବ ପ୍ରେମଟିଏ ହୋଇଯାଇଛି ମୋତେ 

ମୋ ନାନୀ ସହ ପ୍ରେମ

ଜାଣିଛି ପା ନାନୀ ଓ ପ୍ରେମକୁ

ଯୋଡି ଦେଲେ

କେମିତି ଗୋଟେ ନୀଚ୍ଚ ଦୃଷ୍ଟିରେ

ଦେଖିବ ମୋତେ ସବୁ


ହେଲେ କ'ଣ କରିବି ଯେ 

ହେଉ ହେଉ ହୋଇଗଲା

ନିୟନ୍ତ୍ରଣ କରି ପାରିଲିନି ନିଜକୁ


ନାନୀର ନିରିମାଖି ସୁନ୍ଦର ଭିଜା ଭିଜା

ମୁହଁଟିଏ ଦେଖିଲା ପରେ

ମୁଁ ଫିଦା ହୋଇଗଲି 

ନାନୀ ପ୍ରତି


ତାର ମନଖୋଲା କଥା ଆତ୍ମୀୟତାରେ

ମୁଁ ବୁଡିଗଲି 

ମୋ ମୁହଁକୁ ଯା ଲାଜ ନାହିଁ

ବୟସ ପୁଣି ପାଞ୍ଚ ବର୍ଷର ତଫାତ୍


ହଁ ବା ........

ପ୍ରେମର କୋଉ ବୟସ ଥାଏ ଯେ


ନାଁ ବି ଗୋଟେ ଦେଇଛି ଅଜବ 

'ପ୍ରେମିକା ' 

ଅବଶ୍ୟ ପରେ ନାନୀ ଯୋଡୁଛି

'ପ୍ରେମିକା ନାନୀ'


କ'ଣ କହିଲ ? ପ୍ରେମ କେମିତି ?


ଏଇ ଫେସବୁକରେ


ପ୍ରଣାମ , ଆଜ୍ଞା , ଆପଣରୁ ଆରମ୍ଭ ହେଲା

ସେ ତୁ ରେ ରହିଗଲେ 

ମୁଁ ତମେରେ

ନା ସେ ତମେକୁ ଆସୁଛନ୍ତି 

ନା ମୁଁ ତୁ କୁ ଯାଇ ପାରୁଛି


ହେଲେ ଗୋଟେ କଥା

ମୋ ପ୍ରେମିକା ନାନୀ ବହୁତ ଭଲ


ଟିକି ଟିକି କଥା ପଚାରି ବୁଝେ 

ଖାଇଲୁଣି ନା ନାହିଁ

ଏତେବେଳ ଯାଏଁ କାଇଁ ଚେଇଁଛୁ

ମୋବାଇଲ୍ ରେ ଭଲ ଭଲ କଥା ଶିଖୁଛୁ 

ନା ଛତରା ବଜାରି ଙ୍କ ପରି 

ସେ ସବୁ ଦେଖୁଛୁ

ମାଡ଼ ଖାଇବୁ ଅଧିକ ଦୁଷ୍ଟ ହେଲେ 


ଛେଚି ଦେବି ଧରି ଦିଇଟା

ଅଧିକ ଷ୍ଟାଇଲ ମାରନି

ମୁଁ ବି କହେ ନାନୀ କୁ 

ସେ ୟାଡୁ ସ୍ୟାଡୁ ଗପିଲେ କିଛି


ହେଲେ ନାନୀ ର ହାତ ମୋ ଗାଲ ଛୁଇଁ ପାରେନି

କି ତା ପିଠିକୁ ମୋ ହାତ

ହଁ ହୁଅନ୍ତା ବି କେମିତି


ପ୍ରେମ ପା ଫେସବୁକରେ 

ଫଟୋ ରେ ଫଟୋ ରେ

ଲେଖା ରେ ଲେଖା ରେ


ସେ ଯାହା ବି ହେଉ

ଫାଇନାଲ ମୋ ନାନୀ ସହ 

ମୋର ପ୍ରେମ ହୋଇଯାଇଛି 


ମୋ ପ୍ରେମ କେତେ ନିର୍ଭେଜାଲ୍

କେତେ ଶକ୍ତ ତା ଜାଣିନି

ଖାଲି ଏତିକି ଜାଣିଛି

ମୋ ପ୍ରେମିକା ନାନୀ ଆଉ ମୋ ପ୍ରେମ


ଗୋଟେ କୋମଳ ଅନୁଭବ 

ଗୋଲାପ ଫୁଲଟେ ପରି

କୁନି ପିଲାର ହସ ଟେ ପରି

ଆଉ ମୋ ପ୍ରେମିକା ନାନୀ ର ମନ ଟି ପରି


ଏମିତି ଥାଉ ସବୁବେଳେ ଆମ ପ୍ରେମ

ଆଜି ର ସୂର୍ଯ୍ୟୋଦୟ ପାଖରୁ  

ପରଦିନ ସୂର୍ଯ୍ୟୋଦୟ ଯାଏଁ


ଦେଖ ଏମିତି ମୋତେ ଚାହଁନି ସମସ୍ତେ

ମୋତେ କିଛି ଫରକ ପଡ଼ିବନି

ମୁଁ ପା ଆଜନ୍ମ ବେହିଆ ଟେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍