ଅଜବ୍ ଝିଅ ମୋ ମାମା
ଅଜବ୍ ଝିଅ ମୋ ମାମା
ଫୁଲ କି ଫଗୁଣ ଜହ୍ନ କି ସପନ
ଭଲ ଲାଗେ ନାହିଁ ଜମା..।
ଫୁଲେଇ ଗେହ୍ଲେଇ ଓଲେଇ ବିଲେଇ
କଥା କୁହା ମୋର ମାମା..॥
କୁଆଁରୀ କଳି ସେ ପରୀଠୁ ବଳି ସେ
ସତେ ଆମ ରାଜଜେମା..।
ମୁହଁରେ ତାହାର ଭାବର ସଂଭାର
ପିନ୍ଧିଦେଲେ ନୁଆଁ ଜାମା..॥
ସାତ ଭାଇ ତା’ର ବୋଇତରେ ଭାର
ଆଣି ଥୋଇ ଦେବେ ଜମା..।
କଇଁ କଇଁ ହେଇ ଶାଶୁ ଘର ଯାଇ
ଭୁଲିବ ଉଦୁଳୁଦୁମା..॥
ଏଇ..ଏଇ..ମୁଁ ଏମିତି କହିଦେଲି ବୋଲି
ତୁ କଥା କହିବୁନି ତ..?
ମୋ ସୁନା ଭଉଣୀଟା ପରା..
ଦେଖ୍ ମୁଁ ତୋ ପାଇଁ କଣ ଆଣିଛି..!
ମୁଁ ଜାଣିଛି..ତୁ ବାୟାଣୀ
ଏତକ ଶୁଣିଦେଲେ ନା
ରାଗ ଭୁଲି ହସିହସି ଖୋଜି ହବୁ..
ତୋ ପାଇଁ କ’ଣ ଆଣିଛି ଦେଖିବୁ..?
ଚୋପା..
ଦେଖ୍ ଦେଖ୍ ପୁଣି ରାଗିଗଲା..
ହେଇ..ମାମା..ମୋ ସୁନାଟା ପରା..!
ଏଇ..ଦେଖ୍..ମୁଁ ତୋ ପାଇଁ
ସତରେ କଣ ଆଣିଛି..
ହା..ହା..ହା..
ଏଇ..ଦେଖ୍..
ଟାଂ..ଟାଣା..!
- ଭା...ଇ..!!!
ହା..ହା..ହା..
bhabaani charan mishra
mohana (gajapati )
9438187739
