ଅଜା କହୁଥିଲେ ଆଈଙ୍କୁ
ଅଜା କହୁଥିଲେ ଆଈଙ୍କୁ
1 min
144
ଅଜା କହୁଥିଲେ ଆଈଙ୍କୁ
ଅସାନୀ ଆସିବ କାଲିକୁ।
ଘର ଛପରକୁ ଖାଇବ
କୋଠାରେ ସମୁଦ୍ର ଖେଳିବ।
ଆଣ୍ଠକୁଳା ଅପବାଦକୁ
ଏଇଠି ଶେଷଟା ହେବାକୁ।
ବିହି ତ ଲେଖିଛି କପାଳେ
ଆରପାରି ଯିବା ସଅଳେ।
କାନ୍ଦିକି ଆଈଟି କହିଲା
ଏକାଠି ମରିଲେ ହୋଇଲା।
ଯଦି ତୁମେ ଆଗ ମରିବ
ବିଧବା କରିକି ରଖିବ।
ଅଜା କୁଣ୍ଡେଇକି କହିଲେ
ଈଶ୍ବରଙ୍କ ଇଛା ଚାହିଁଲେ।
ଏକାବେଳେ ମାରି ପାରନ୍ତି
ମରିଲେ ପାଇବାରେ ଶାନ୍ତି।
ଦେଖୁ ଦେଖୁ ଆସି ହାଜର
ବରଷା ପବନ ପଥର।
ଟଳିଗଲା ତାଙ୍କ କୁଡି଼ଆ
ଜାକିକି ମରିଗଲେ ଆହା।
ଅସାନୀ ଖାଇଲା ସେଦିନ
ଧନ୍ଯ ତାଙ୍କ ଥିଲା ଜୀବନ।
ମରିଲ ଏକାଠି ଯେବେରେ
ନାତୁଣୀ ପ୍ରଣାମ ଘେନରେ।
