ଐଶ୍ୱର୍ଯ୍ୟମୟୀ ମୋ ରମ୍ଭା ......
ଐଶ୍ୱର୍ଯ୍ୟମୟୀ ମୋ ରମ୍ଭା ......
' ଚାରୁ ଚିତ୍ରପଟେ ' ତା'ର ଚିତ୍ରପଟ
ଦେବି ବୋଲି ଭାବିଥିଲି,
ପରେ ମୁଁ ଭାବିଲି ସେ ଚିତ୍ରପଟ
ଆନ କେ ନ ଦେଖୁ ବୋଲି l
ସେଇ ଅପଘନ ଅପହଞ୍ଚ ରହୁ
ରହିଥାଉ ଅଜଣା ଅନାଘ୍ରାତା,
ଥାଉ ସେ କେବଳ ମନ ଅଂଗନରେ
ଖେଳାଇ ତା' ସୁରଭିତ ତନୁଲତା l
ନିସ୍ତବ୍ଧ ପ୍ରହରେ ଅତି ସରାଗରେ
ଚିନ୍ତି ତା'ର ତନୁରାଗ ତନୁବିଭା,
ଆଂକି ବସିବି ମୁଁ ତା'ର ଚିତ୍ରପଟ
ସେ ମୋ ଐଶ୍ୱର୍ଯ୍ୟମୟୀ ରମ୍ଭା ।
ମୁଁ ଶିଳ୍ପୀ, ସେ ମୋ ଅଳସକନ୍ୟା
ତା'ର ତନୁ ସାମ୍ରାଜ୍ୟ
ସମ୍ରାଟ ମୁଁ,
ତେଣୁ ବଂଧୁ ତା'ର ଚିତ୍ରପଟ
' ଚାରୁ ଚିତ୍ରପଟେ ' ଖୋଜିଲେ
ପାଇବ କାହୁଁ ? ......
( ବି.ଦ୍ର :--- ଚଳିତ ମାସରେ ପ୍ରକାଶ ହେବାକୁ ଯାଉଥିବା ମୋର ଗଳ୍ପ ସଂକଳନ " ଚାରୁ ଚିତ୍ରପଟ " ର କଭର ପେଜକୁ ନେଇ ମୋର କବିତା )
**************************************
