STORYMIRROR

Dasarathi Sahu

Others

3  

Dasarathi Sahu

Others

ଅଇଲା କି ଯୁଗ ନାହିଁଁ ଅନ୍ତରଙ୍ଗ

ଅଇଲା କି ଯୁଗ ନାହିଁଁ ଅନ୍ତରଙ୍ଗ

1 min
3.4K


ଅଇଲା କି ଯୁଗ ନାହିଁ ଅନ୍ତରଙ୍ଗ

ମୋବାଇଲି କଲା ବାଇ

ଅଣଦେଖା ହୁଏ ଆପଣା ପଣିଆ

ହ୍ୱାଟସପ୍ ହଇଚଇ

ଫେସବୁକେ ଫୋଟ ଲାଇକି କମେଣ୍ଟ

ଅଣ୍ଟୁନାହିଁ ରାତି ଦିନ

ହ୍ଯାଲୋ ହାଏ ବାଏ ଟୋକା ବୁଢା ଯାଏ

ନମସ୍ତେ ସାତ ସପନ

ଦେଖ ଏହି ମାଆ କାଖେ ତାର ଛୁଆ

ଧରିଅଛି ଓଲଟାଇ

ନାଗୁଛି ଯେମିତି ବାଗିଆ ପୀରତୀ

ମନେ ମାରୁଅଛି ହାଇ

ମେସେଜ ପଢୁଛି ଅାଖିରେ ହସୁଛି

ବାଉଳା ଏତେ ସେ ଦେଖ

କୁନିପୁଅ ଟା'ର ଅବସ୍ଥା ବାଆର

ଲଡକି ପଡିଛି ବେକ।

ବେକ ତାର ବକ୍ର ହୋଇ ମାଟି ମୁଖ

ମାଆ ମନ ଛୁଏଁ ଜହ୍ନ

କିଏ ସେ ରଚିଲା ଇଣ୍ଟେରନେଟ୍ ପାଲା

ତାକୁ କୋଟିଏ ନମନ

ନେଖିଦେଲି ଦେଖି ଏହି ଚିତ୍ର ଗୀତି

ହସର ଅତର ଗୋଳି

କର୍ତ୍ତବ୍ୟ ନିକଟେ କୋହଳ ହୁଅନା

ହାତ ଯୋଡି କରେ ଅଳି


Rate this content
Log in