Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ଅହଂ

ଅହଂ

1 min
270




ଜାଣିଛି ,ତୁ ବର୍ଷା

ତଥାପି

ତୋ ସହ ମୋ

ଯୁଦ୍ଧ

ତୁ ବରଷି ଗଲେ 

ମୁଁ ତୋ ପାଣିର ରଙ୍ଗ ବଦଳାଇ 

ଦେଇ ପାରେ

ନିଜ ଅସ୍ତିତ୍ବକୁ ବି 

ହରାଇ -----------------!


ତୋ ପାପ ସବୁ 

ମୋର

ମୋ ପୁଣ୍ୟ ଅର୍ଦ୍ଧଭାଗ

ତୋର

ତଥାପି

ଯୁଦ୍ଧ 

କିନ୍ତୁ 

ଅଵଶ୍ୟମ୍ଭାବି

ଚାଲିଛି 

ଚାଲିଥିବ

ଆଦିମ 

ଅନାଦି କାଳରୁ

ତୋ ଓ ମୋ 

ପାର୍ଥକ୍ୟତା

ଭିତରେ

ଶ୍ରେଷ୍ଠ କୁଳରେ 

ଜାତ 

ହେବା 

ଦୈବାଧୀନ

କିନ୍ତୁ

ମୋ 

ପୌରଷ 

ପୁରୁଷାକାର ମୋ ଅଧିନ 

ମୋ ଅହଂ 

ତୋ

ଦାସତ୍ୱ---------------!!


©®କାଶ୍ୟପ,ରାମ ପ୍ରସାଦ ବିଶୋଇ,ରାୟଗଡା ।


Rate this content
Log in