ଅହଲ୍ୟା ଉଦ୍ଧାର
ଅହଲ୍ୟା ଉଦ୍ଧାର
ପବିତ୍ର, ସତୀ ନାରୀ ଅହଲ୍ୟା ଉପାଖ୍ୟାନ,
ରଚିଛନ୍ତି ମହର୍ଷି ବାଲ୍ମିକୀ ବାଳକାଣ୍ଡେ ରାମାୟଣ।
ପତ୍ନୀ ଅହଲ୍ୟା ସାଥେ ଘୋରବନେ ଥିଲେ ମହର୍ଷି ଗୌତମ,
ପତିବ୍ରତା,ସୁନ୍ଦରୀ, ଅହଲ୍ୟା ସାଥେ ଥିଲା ତାଙ୍କ ସୁଖର ସଂସାର ,
ଶଚୀପତି ଇନ୍ଦ୍ରର କୁଦୃଷ୍ଟି ଥିଲା ସୁନ୍ଦରୀ ଅହଲ୍ୟା ଉପର,
ମୁନିଙ୍କ ଅନୁପସ୍ଥିତି ଦିନେ ଇନ୍ଦରଦେବଙ୍କୁ ଦେଲା ସେ ସୁଯୋଗ,
ଅହଲ୍ୟା ଅବଳା ନାରୀ, ସୈ|ନ୍ଦର୍ଯ୍ୟ ହିଁ ତା ପାଇଁ ସାଜିଲା କାଳକୂଟ,
ପତିବ୍ରତା ନାରୀର ମର୍ଯ୍ୟାଦା ଇନ୍ଦ୍ର ଦେବ କପଟେ କରିଲେ କ୍ଷୁର୍ଣ୍ଣ ,
ଇନ୍ଦ୍ରଦେବଙ୍କ କପଟ କଥା ଜାଣିଲେ ଯେବେ ମହର୍ଷି ଗୈାତମ,
ଇନ୍ଦ୍ରଦେବଙ୍କୁ ତାଙ୍କ ଏହି ଦୁଷ୍କର୍ମ ଯୋଗୁଁ ଦେଲେ ଅଭିଶାପ,
ନିଜ ପତ୍ନୀ ଅହଲ୍ୟାଙ୍କୁ ଅସତୀ କହିଣ କଲେ ଭର୍ତ୍ସନା ଅନେକ,
କ୍ରୋଧ ବଶେ ଅହଲ୍ୟାଙ୍କୁ ପାଷାଣ ହେବାର ଦେଲେ ଅଭିଶାପ,
ଅହଲ୍ୟା ନୟନୁ ଝରୁଥିଲା ଲୋତକ ଯେମନ୍ତେ ଶ୍ରାବଣର ଧାର,
ନିରପରାଧ ଅହଲ୍ୟା ବୋଲି ଯେବେ ଜାଣିପାରିଲେ ମୁନି ଗୈାତମ,
କହିଲେ ତାଙ୍କୁ, ତ୍ରେତା ଯୁଗେ ଶ୍ରୀରାମ ପଦରେଣୁ କରିବ ଉଦ୍ଧାର,
ପାଷାଣୀ ଅହଲ୍ୟାଙ୍କୁ ତ୍ୟାଗକରି ମୁନି ଗୈାତମ ଗଲେ ଘୋରବନ,
ବୈଦେହୀ ସ୍ୱୟଂବର ପାଇଁ ମହର୍ଷି ବିଶ୍ଵାମିତ୍ର ସାଥେ ପ୍ରଭୁ ଶ୍ରୀରାମ,
ସେଇ ପଥେ ଯେବେ ଯାଉଥିଲେ ଦେଖି ଅହଲ୍ୟାଙ୍କ ପାଷାଣ ରୂପ,
ବିଶ୍ଵାମିତ୍ରଙ୍କ ପାଖରୁ ଜାଣି ପତିବ୍ରତା ଅହଲ୍ୟାଙ୍କ ଦୁଃଖଦ ବୃତ୍ତାନ୍ତ,
କରୁଣା ନିଧାନ ପ୍ରଭୁ ଶ୍ରୀରାମ ଦେଇ ପଦରଜ କଲେ ଅହଲ୍ୟା ଉଦ୍ଧାର ,
ସେଯେ ଅଟନ୍ତି କରୁଣା ସାଗର, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ,
ସତ୍ୟପ୍ରିୟ, ନ୍ୟାୟବନ୍ତ, କୃପାଳୁ,ପ୍ରଜା ଅନୁରକ୍ତ ଦଶରଥ ସୁତ ଶ୍ରୀରାମ ।
