ଅହିଁଁସା
ଅହିଁଁସା
# ଅହିଁସା ମନ୍ତ୍ରେ ମନ୍ତ୍ରିତ ହେବା#
କେବେ କେଉଁ ପୁଞ୍ଜିବାଦୀ
ଦୁର୍ଯ୍ୟଧନର ବିନାଶ ନିମନ୍ତେ !
କୁରୁକ୍ଷେତ୍ରର ଛାତିତଳେ
ତୁମ ନନ୍ଦିଘୋଷ ଛୁଟିଥିଲା ଜଗନ୍ନାଥ !!
ହେଲେ, ଆଜିର ଏହି
ଏକବିଂଶ ଶତାବ୍ଦୀରେ!
ଶହ ଶହ ଦୁର୍ଯ୍ୟଧନ ମିଶି
ସର୍ବହରାର ସମାଧି ଉପରେ
ପୁଞ୍ଜିବାଦର ହସ୍ତିନା ନଗର
ତିଆରି ....!!
କୁଆଡେ ଗଲା ତୁମ
ନ୍ୟାୟର ନନ୍ଦିଘୋଷ ??
କେଉଁଠି ଅଟକି ଗଲା
ତୁମ ବିପ୍ଳବର ସୁଦର୍ଶନ?
ହେ ମୋର ବେପରୁଆ
ବିପଥଗାମୀର ଯାତ୍ରୀମାନେ,
ଅର୍ଥକୁ ସର୍ବସ୍ୱ କରି ଜିଉଁଥବ
ଜରାଜିର୍ଣ୍ଣ ଜନମଞ୍ଚ !!
କେହି ମୋତେ ଟଙ୍କାଟିଏ ଦିଅ
ଆଠଣାର ସ୍ୱପ୍ନ କିଣିବି !
ଆଉ ଅଠଣାରେ ଲମ୍ବ୍ କରି
ଫୁଲମାଳ ଗଳାରେ ଗଳେଇ !!
ରାଜରାସ୍ତାକୁ ଓହ୍ଲେଇ ଆସି
ସମସ୍ତଙ୍କୁ ଚିତ୍କାର.... !
ଏ ବାବୁ ବାବୁଆଣୀ ମାନେ
ଗାନ୍ଧୀଙ୍କର ରାମରାଜ୍ୟ
ଆଉ କେତେ ବାଟ ??
କଳିଙ୍ଗ ଘାଟିକୁ
କେତେ ପହଣ୍ତ,
ପୁଣି ଉତ୍ତରକୁ କୁ ନା ଦକ୍ଷିଣକୁ ??
ଛି...ଛି...ଛି...!
ଅପାରଗ ପଣିଆର
ଅନ୍ତର୍ଦାୟ ତୁମେ ନୁହଁ,
ଅଭିଶାପର ଅନୁଶୋଚନାରେ
ଜୀବନ ଜିଉଁ ନାହଁ !!
ଅଥର୍ବ ପଣିଆର ଅବଶୋଷକୁ
ଛାତିରେ ଜାକି....!
ଲୋକ ଦେଖାଣିଆ ଝଣ୍ତା ମୁଠେଇ
ତ୍ରୀରଙ୍ଗା ପତାକା...!!
ସବୁ ଜାଣି ଶୁଣି
ନୀରବ ଆଉ ନିରୁତ୍ତର...!
ଜାଣନା ଜାତିର ଜନକ,
କେତେ ଲୁହ,ଲହୁ,ଲାଠି...!!
ଖଣ୍ତେ ବାଡି ଧରି
ପରାଧିନ....!
ସ୍ୱାଧିନର ସୁଖ ସୁରୁଜ
ଉଆଁଇଥିଲେ !!
ଆଜି ସ୍ୱାଧିନତାର
ଅର୍ଦ୍ଦ ଶତାବ୍ଦୀ ପରେବି କାହିଁକି ରାଜନୀତି ?
ସ୍ୱାଧିନ ଶୃଙ୍ଖଳ ଢାଙ୍କି ହୋଇଥିବା
ଭାରତ ମାଆକୁ ବସ୍ତ୍ର ହରଣ କରୁଛି !!
ଗହୀର ବିଲରେ
ଲଙ୍ଗଳ ଛାଡିଦେଇ
ହିଡ ମୁଣ୍ତେ ଅପର୍ତ୍ତି ବସି ,
ଢିକା ଢିକ ଜହର ପିଉଛି !!
ଏ କୂଟ ରାଜନୀତି
ସ୍ୱାଧିନତାର ଘିଅ ମହୁକୁ
ଚାଟି ଚୁଟି ସଫା...!
ଭରି ଦେଉଛି ସରଳ
ନୀରହ ଥାଳିରେ
ଆମ୍ବ ଟାକୁଆର
ବେସୁଆଦ ଜାଉ...!!
ଏବେବି ଅଛି ବେଳ,
ଅଣ୍ଟା ସଳଖି ସଅଳ..!
ଅହିଁସା ମନ୍ତ୍ରେ ଅଭିମନ୍ତ୍ରିତ ହୋଇ
ଶପଥ ପାଠ କରିବା !!
ସୁଖ ସୁରୁଜର ମୁରୁଜ ବୁଣି ,
ଆବଶ୍ୟକ ସ୍ଥଳେ
ଆପଣା ସ୍ୱାର୍ଥକୁ କାଟି କୁଠା କରି
ସମୟ କ୍ଷୀପ୍ର ସୁଅରେ ... !!
ଆମ ବିପ୍ଳବୀ ମାନଙ୍କ
ଇନ୍ କ୍ଳବ ଡାକରେ,
କଳା କିଟି ମିଟି ଅନ୍ଧାରିଆ
ରାଜ୍ ଶେଷ୍ ...!!
ଅପେକ୍ଷାରତ ନୁହଁ,
ଆଗଭର ହେବା !
ସଅଳ ସଅଳ
ନବ ଦିଗନ୍ତରେ
ସିନ୍ଦୁରା ଫାଟିବ !!
ନବ ସୂର୍ଯ୍ୟର କିରଣ
ଉଦ୍ ଭାସିତ ....!
ପୁଞ୍ଜିବାଦର ର
ଶୄଙ୍ଖଳ ଛିଣ୍ତିବ,
ଗାନ୍ଧି ଗୋପବନ୍ଧୁଙ୍କ
ସ୍ବପ୍ନର ରାମ ରାଜ୍ୟ.... !!
ଏ ଖୋଲା ଆକାଶର
ଫୁଙ୍ଗୁଳା ପବନ,
ଭିଜା ମାଟିର ବାସ୍ନା...!
ଆମେ ଭାରତବାସୀ
ସମସ୍ତେ ସମାନ୍
ସମସ୍ତେ ସ୍ୱାଧିନ.....!!
ଜୟ୍ ...ହିନ୍ଦ୍
ଦାଶରଥି ସାହୁ
କଳମ୍ବ /ଗଜାଂମ
