STORYMIRROR

Kalish Chandra Parhi

Others

2  

Kalish Chandra Parhi

Others

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
13.4K


ସ୍ବାଗତମ୍ !ଅଗଷ୍ଟ ପନ୍ଦର

ତୁମକୁ ମୋ କୋଟି ନମସ୍କାର ।


ତୁମେଯେବେ ପାଦଦେଲ

ଭାରତ ବର୍ଷରେ

ଗଛ ବୃଚ୍ଛ ପାଣି ଓ ପବନ

ଏପରିକି ମାଟି ଗୋଡି

ସର୍ବୋପରି

ମଣିଷ ମହାନ୍ -

ହସୁଥିଲେ ନାଚୁଥିଲେ-

ଗୀତ ଗାଉଥିଲେ,

ଖୋଲାମନ ଖୋଲାପ୍ରାଣ

ଖୋଲା ହୃଦୟରେ।


ଆଜି କିନ୍ତୁ ସବୁ ଇନ୍ଦ୍ରଜାଲ

ଛଳନାର ଯୂପକାଷ୍ଠେ

ଯେତେ ସର୍ବହରା

ପ୍ରତିଟି ମୁହୂର୍ତ୍ତହେଉଛନ୍ତି

କଲବଲ।


ଅଗଷ୍ଟ ପନ୍ଦର!

ତୋତେମୋର ପ୍ରଶ୍ନ

ତୁ କାହାର ?

ବିତ୍ତଶାଳୀ ପ୍ରତିପ୍ରତ୍ତି

ରାଜନେତାକଂର

ନାଁ ଖଟିଖିଆ ସର୍ବହରା

ମଜଦୂର୍ କଂର??


ମୁଁଜାଣେ--

ତୁ କିଛି କହିପାରିବୁନି।

କାରଣ--

ତୋ ରଂଗମଖା ଫିକାମୁହଁ

କାକୁସ୍ଥ କାତର।।


ତୋପାଦ ହାତରେ ଆଜି

ଶିକୁଳି ପଡିଛି

ମହାପାତ୍ର ମାନକଂର ଆଖିଠାର

ତୋ ଓଠରୁଶବ୍ଦସବୁ

ଛଡାଇ ନେଇଛି।


ତଥାପି

ତଥାପି ତୋପ୍ରତି ମୋର

ସମ୍ମାନ ରହିଚି

ହେ ଅଗଷ୍ଟପନ୍ଦର

ସେଥିପାଇଁ ପ୍ରଣାମ ବାଢୁଚି

ସେଥିପାଇଁ ପ୍ରଣାମ ବାଢୁଚି ।।

* * *

କୈଳାସ ଚନ୍ଦ୍ର ପାଢୀ।କୁମାରପୁର।

ଭଦ୍ରକ।



Rate this content
Log in