Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
247



ଅଗଷ୍ଟ ପନ୍ଦର ଅଗଷ୍ଟ ପନ୍ଦର 

ଭାରତ ଜନନୀ ମୁକ୍ତି ଦୂତ l

କୋଟି ଜନତାର କ୍ରାନ୍ତି ଚେତନା 

ଶତ ସହିଦଙ୍କ ଶୋଣିତେ ପୁତ l

ଅଗଷ୍ଟ ପନ୍ଦର ଅଗଷ୍ଟ ପନ୍ଦର 

ଗାନ୍ଧୀ ସୁଭାଷଙ୍କ ମାନସ ସୁତ l

ରଜନୀଗନ୍ଧାର ମଧୁର ମହକ 

ନବ ଭାରତର ଅଗ୍ରଦୂତ l

ଅଗଷ୍ଟ ପନ୍ଦର ଅଗଷ୍ଟ ପନ୍ଦର 

ଜାତି ଗୋଉରବ ଜାତୀୟ ପର୍ବ l

ତୁମ ଆଗମନେ କୋଟି ପ୍ରାଣେ ଜାଗେ 

ଅସୀମ ପୁଲକ ଅସୀମ ଗର୍ବ l

ଅଗଷ୍ଟ ପନ୍ଦର ଅଗଷ୍ଟ ପନ୍ଦର 

ମହାଭାରତୀୟ ଧ୍ରୁବ ତାରା l

ଭାରତ ମାତାର ମୁକ୍ତି ଦିବସ  

କରୁଛୁ ସ୍ୱାଗତ ଭାରତ ସାରା l



Rate this content
Log in

Similar oriya poem from Inspirational