STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ଅଗଷ୍ଟ ଅଗଷ୍ଟ

ଅଗଷ୍ଟ ଅଗଷ୍ଟ

1 min
224

ଅଗଷ୍ଟସ୍ ସିଜର ରଜାଂକ ନାମରେ ନାମିତ ଅଗଷ୍ଟ ମାସ

ତାଂକ ବରାଦରେ ଏକତ୍ରିଂଶ ଦିନ ଆୟୁ ବହିଲା ଏ ମାସ 

ଅଗଷ୍ଟ ବିପ୍ଳବ ବିଶ୍ୱରେ ପାଳିତ ମହାନ କ୍ରାନ୍ତି ଦିବସେ

ଅଗଷ୍ଟ ମାସଟା ଭାରତରେ ଭାରି ଅଗଷ୍ଟ ଅଗଷ୍ଟ ବାସେ 

'ଅଗଷ୍ଟ ନଅ'ରେ ଭାରତ ଛାଡ଼ ଆନ୍ଦୋଳନ ଶୁଭାରମ୍ଭ

ଅରବିନ୍ଦ ଘୋଷ ଅଗଷ୍ଟ ପନ୍ଦର ଧରାଧାମରେ ଉଦ୍ଭବ 

ଅଗଷ୍ଟ ପନ୍ଦର ଦେଶ ମାତା ଆମ ଫିରଂଗୀ କବଳୁ ମୁକ୍ତ

ସ୍ୱାଧୀନତା ଦିନ ଦେଶରେ ପାଳିତ 'ବନ୍ଦେ ମାତରମ୍' ସୁକ୍ତ 

ଅଗଷ୍ଟ ଷୋହଳ ବାଜପାୟୀଂକର ହୋଇଲା ମହାପ୍ରୟାଣ

ସ୍ୱାଧୀନତା ଦିବସରେ ଦେଶଭକ୍ତ ତେଜି ଥାନ୍ତେ କି ପରାଣ !

ଝୁଲଣ ପୂର୍ଣ୍ଣିମା ବଳଭଦ୍ର ଜନ୍ମ ପଡ଼ିଥାଏ ଏ ସମୟେ

ଭଉଣୀ ହାତରୁ ରାକ୍ଷୀ ବାନ୍ଧି ଭାଇ ଛିଡ଼ାହୁଏ ଦୁଃସମୟେ 

ଧାରା ଶିରାବଣ ବାଲୁଂକା ପୂଜନ୍ତି କୁମାରୀ ଚାରିଟି ପାଳି

ତଅପୋଇ ନିରିମାଖି ମନେପଡ଼େ ଖୁଦୁରୁକୁଣି ବାତୁଳି 

ଅଗଷ୍ଟ ନାମର ମହତ ରଖିବା ସ୍ୱାଧୀନତା ମାସ ଆମ

ଦେଶ ଆଜି ମହା ଶଂକଟରେ ଗତି କରୁଛି ଭରିବା ଦମ 



Rate this content
Log in