ଅଗ୍ରପୂଜ୍ୟ ଶ୍ରୀ ଗଣେଶ
ଅଗ୍ରପୂଜ୍ୟ ଶ୍ରୀ ଗଣେଶ
1 min
213
ଜୟ ଜୟ ଶ୍ରୀଗଣେଶ ଗଣପତି ବାବା,
ମାତା ତୁମ ପାରବତୀ ପିତା ମହାଦେବା ।
ଗୃହ ମଧ୍ୟେ ମାତା ଥିଲେ ଜଗିଥିଲ ଦ୍ଵାର,
ପିତାଙ୍କୁ ନଚିହ୍ନି ସଙ୍ଗେ କରିଲ ସମର ।
ସମରର ଅନ୍ତ ହେଲା ଅତି ଦୁଃଖମୟ ,
ତବ ଶିର ଛେଦି ପିତା ଲଭିଲେ ବିଜୟ ।
କ୍ରନ୍ଦନ କରିଲେ ମାତା ହୋଇ କ୍ରୋଧବଶ,
ହସ୍ତୀ ଶିର ଯୋଡ଼ି ପିତା ଦେଲେ ଜୀବନ୍ୟାସ।
ଅଗ୍ରପୂଜ୍ୟ ହେଲ ତହୁଁ ପିତା ବର ବଳେ,
ସ୍ଵର୍ଗପୁରୁ ଦେବଗଣ ପୁଷ୍ପ ବୃଷ୍ଟି କଲେ ।
ପର୍ଶୁରାମ ପର୍ଶୁ ଅସ୍ତ୍ରେ କଲେ ଦନ୍ତ ଭଗ୍ନ,
ତବ ଆଶିଷରୁ ଦୂର ହୋଇଥାଏ ବିଘ୍ନ ।
ମୂଷିକ ବାହନ ତୁମେ ରିଦ୍ଧି ସିଦ୍ଧି ପତି,
ତୁମରି ପୂଜନେ ମିଳେ ଚତୁର୍ବର୍ଗ ପ୍ରାପ୍ତି ।
