ଅଗ୍ରପୂଜ୍ୟ ଗଣପତି
ଅଗ୍ରପୂଜ୍ୟ ଗଣପତି
1 min
191
ପାର୍ବତୀ ତନୟ ଗଉରୀ ନନ୍ଦନ
ଅଗ୍ରପୂଜ୍ୟ ଗଣପତି
ଅଧମ ଜଗବନ୍ଧୁ ଲେଖେ ତୁମ ସ୍ତୁତି
କିଞ୍ଚିତରେ ଘେନ ଭକ୍ତି
ପିତା ମହାଦେବ ମାତା ଯେ ପାର୍ବତୀ
ଭ୍ରାତା ତୁମ ଷଡାନନ
ଅବତରୀ ଆସ ଧରା ଧାମେ ଆଜି
ଆହେ ପ୍ରଭୁ ଗଜାନନ
ତୁମେ ବିଦ୍ୟାଦାତା ତୁମେ ସିଦ୍ଧିଦାତା
ତୁମେ ପ୍ରଭୁ ଲମ୍ବୋଦର
ଅଜ୍ଞାନ ହୃଦୟେ ଜ୍ଞାନର ଆଲୋକ
କୃପାନିଧି କୃପାକର
ଲେଖି ଜାଣେ ନାହିଁ ଲେଖଇ କବିତା
ପ୍ରଭୁ ତୁମ ଦୟା ବଳେ
ଚାହିଁ କୃପା ନେତ୍ରେ ଦିଅ ବିଦ୍ୟା ବୁଦ୍ଧି
ଏଇ ମୋର ହୃଦ ଥାଳେ
