ଅଗ୍ନିପଥେ ଚାଲିବା କାହାକୁ ଶିଖେଉଛ
ଅଗ୍ନିପଥେ ଚାଲିବା କାହାକୁ ଶିଖେଉଛ
ଜୀବନରେ ଯଦି କାହାଠୁ ଟିକିଏ ସାହାଯ୍ୟ
ସହାନୁଭୁତି ପାଇବୁରେ ବାଇମନ
ଯଦି କାହା ପ୍ରେରଣାରେ ବଢ଼ି ବଡ ହୋଇବୁ
ଏବେର ନୀତି ତାକୁ ଆଗ ତୁ ଭୁଲିବୁ ଜାଣ |୧|
ଆମ ଦେଶର ଇତିହାସ ଶାସ୍ତ୍ର ଧର୍ମ ବାଣୀ ପଢି
ହୋଇଛେ ପରା ଆମେ ବଳବାନ
ମିଛ ପ୍ରତିଶୃତି ଡ୍ରାମାବାଜୀ ଶିଖି ଗେରୁଆ ବସ୍ତ୍ର
ପିନ୍ଧି ଚାଲ ହେବା କପଟୀ ଗଣ |୨|
ପୁଞ୍ଜିପତି ସ୍ୱାର୍ଥେ ସବୁଜ ବନାନୀ ନଷ୍ଟ କରି
ଭାବିବୁ ଖେଳିବ ସବୁଜ କ୍ଷେତ
ନୁହେଁ କି ଆକାଶ କଇଁଆ ଚିଲିକା ମାଛ ଦେଖିବା
ବିଶ୍ୱ ଆକାଶେ ଉଡିବା ଭାରତ ମାର ନେତ |୩|
ବେକାରୀ ବୃଦ୍ଧିରେ କିପରି କୁହ ମୋ ଭାରତ
ସୁନ୍ଦର ଦିଶିବ ଦେଶ ଯୁବକଙ୍କ ପାଇଁ
ଏ ସ୍ୱର୍ଣ୍ଣମୃଗ ତୃଷ୍ଣା ନୁହେଁ କି ସଭିଙ୍କ ମୁଖେ ହସ
ଖେକିଯିବ ସତ୍ୟ ପଥେ ଯିବେ ଧାଇଁ |୪|
ଦୁଷ୍କର୍ମୀଙ୍କୁ ଶାସନର କଳ ଆଇନ ପୋଲିସ ଯୋଗାଇ
ଘଣ୍ଟ ଘୋଡାଇ ଦେଶଭକ୍ତ ବୋଲାଇବୁ
ଦେଶପ୍ରେମୀଙ୍କୁ ସେଡିସନ ଦଫାରେ ଯୋଡି ଅଗ୍ନିର
ପଥରେ କାହାକୁ ଚାଲିବା ଶିଖେଇବୁ |୫|
ଭଲ କର୍ମ କରି କଷଣ ପାଇବା କର୍ମଫଳ ପାଇଁ
ଲେଖା ହୋଇଛି ଯଦି ଶାସ୍ତ୍ର ମଧ୍ୟରେ
କାହିଁକି କେଜାଣି ମୋ ଦେଶ ଯୁବକ ଜାତିସ୍ମର ସାଜି
ଦେଶ ସେବା କରି କଟାଇବେ ଦେଶ ଉନ୍ନତିରେ |୬|
ଭାରତ ମାତାର ସନ୍ତାନ ଆମେରେ ଆମ କର୍ମ
ପାଇଁ ଭାରତର ଗର୍ବ ଗୌରବ ବଢିବ
ଶ୍ରମର ଶୋଷଣ କରି ପୁଂଜିପତି ସେବାରେ କିପରି
ଏହାକୁ ମାତୃକାର ସେବା ବୋଲାଇବ |୭|
ଭାରତ ମାତାର ସନ୍ତାନ ଆମେରେ ଆମ କର୍ମ
ପାଇଁ ଭାରତର ଗର୍ବ ଗୌରବ ବଢିବ
ଧର୍ମବୀର ବୋଲାଇ କପଟ ଫାଶରେ ଦୁର୍ନୀତିର ପଥେ
ଚାଲି କିପରି ମାଆର ସେବକ ବୋଲାଇବ |୮|
