STORYMIRROR

Sunanda Mohanty

Others

3  

Sunanda Mohanty

Others

ଅଗ୍ନିପରୀକ୍ଷା

ଅଗ୍ନିପରୀକ୍ଷା

1 min
215

ଅଗ୍ନିପରୀକ୍ଷାରେ ଅଗ୍ନିଙ୍କ ଅଶ୍ରୁରେ 

ଲିଭିଗଲା ନିଆଁ ସତୀ ସୀତା ଆହା 

ଦେଲେ ପରୀକ୍ଷା ସତୀତ୍ଵରେ ଅଗ୍ନି 

କରିଲେ ରକ୍ଷା ଦେଲେ ସୁରକ୍ଷା 

ପ୍ରଭୁ ଅଗ୍ନିଦେବ ଜାଣନ୍ତି ସତୀଙ୍କ ରକ୍ଷା 

ଚଉଦ ବରଷ ବନବାସ ପରେ ନାହିଁ ରକ୍ଷା 

ଅଗ୍ନିର ସ୍ପୁଲିଙ୍ଗ ଛୁଇଁ ପାରିନି ସତୀଙ୍କ ମଥା 

ତଥାପି ସ୍ୱାମୀଙ୍କ ସତ୍ୟ ରକ୍ଷା ପାଇଁ ପରୀକ୍ଷା 

କରିନାହାନ୍ତି କେବେ କାହିଁକିର ସମୀକ୍ଷା 

ଅଗ୍ନିରୁ ବର୍ତ୍ତିଲେ ପ୍ରଭୁ ସଙ୍ଗେ ହେବ ଦେଖା 

ଏକମାତ୍ର ଥିଲା ଭାବନା ଓ ଦୀକ୍ଷା 

ସୁହାଗିନୀ, ଆଜ୍ଞାକୁ ଅବଜ୍ଞା କରିବା ଶିକ୍ଷା 

ପାଇ ପାଇ ଦେଲେ ଶେଷରେ ଜୀବନ 

କେତେ ଦେଇଥାନ୍ତେ ଥରକୁ ଥର ପରୀକ୍ଷା 

ନାରୀ ଜାତି ପାଇଁ ହେଲ ଆଲୋକ ବର୍ତ୍ତିକା 

କୂଳବଧୂ ଜାଣେ ମାନ ମହତ ରକ୍ଷା 

କୋଳେଇ ନେଲେ ମାଆ ବସୁଧା କରି ରକ୍ଷା 

ପିତା ପରି ଅଗ୍ନି ମାଆ ଧରିତ୍ରୀ ଦେଲେ ସୁରକ୍ଷା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍