ଅଗଡ଼ ବଗଡ଼ ମଗଡ଼
ଅଗଡ଼ ବଗଡ଼ ମଗଡ଼
ଅଗଡ଼ ବଗଡ଼ ମଗଡ଼
ଗଡ଼ି ଗଡ଼ି ଯାଏ ଶଗଡ଼
ଶଗଡ଼ରେ ବସି ମାଙ୍କଡ଼
ମୁଠେଇ ଧରିଛି କାଙ୍କଡ଼
କାଙ୍କଡ଼ କିଣିଛି ହାଟରୁ
ଶଗଡ଼ ଚଢ଼ିଛି ବାଟରୁ
ବାଟେ ବାଟେ ଯିବ ଗାଆଁକୁ
କାଙ୍କଡ଼ ଦେବ ସେ ମାଆକୁ
ମାଆ ସେ କାଙ୍କଡ଼ କାଟିବେ
ଶିଳରେ ବେସର ବାଟିବେ
ଭାଜିବେ ତାହାକୁ ବସିକି
ମୁରୁକି ମୁରୁକି ହସିକି
ପାଣି ଆଣି ଯିବେ କୂଅକୁ
ଖାଇବାକୁ ଦେବେ ପୁଅକୁ
ଖାଇ ପିଇ ପୁଅ ଶୋଇବ
ଥିଇରି ଥାଆର ଶୋଇଗଲେ ସିନା
ସୁନାପିଲା ସିଏ ହୋଇବ ।।
