STORYMIRROR

Sachidananda Kar

Children Stories

3  

Sachidananda Kar

Children Stories

ଅଗଡ଼ ବଗଡ଼ ମଗଡ଼

ଅଗଡ଼ ବଗଡ଼ ମଗଡ଼

1 min
177


            ଅଗଡ଼ ବଗଡ଼ ମଗଡ଼

            ଗଡ଼ି ଗଡ଼ି ଯାଏ ଶଗଡ଼

            ଶଗଡ଼ରେ ବସି ମାଙ୍କଡ଼

            ମୁଠେଇ ଧରିଛି କାଙ୍କଡ଼

            କାଙ୍କଡ଼ କିଣିଛି ହାଟରୁ

            ଶଗଡ଼ ଚଢ଼ିଛି ବାଟରୁ

            ବାଟେ ବାଟେ ଯିବ ଗାଆଁକୁ   

            କାଙ୍କଡ଼ ଦେବ ସେ ମାଆକୁ

            ମାଆ ସେ କାଙ୍କଡ଼ କାଟିବେ

            ଶିଳରେ ବେସର ବାଟିବେ

            ଭାଜିବେ ତାହାକୁ ବସିକି

            ମୁରୁକି ମୁରୁକି ହସିକି

            ପାଣି ଆଣି ଯିବେ କୂଅକୁ

            ଖାଇବାକୁ ଦେବେ ପୁଅକୁ

            ଖାଇ ପିଇ ପୁଅ ଶୋଇବ

            ଥିଇରି ଥାଆର ଶୋଇଗଲେ ସିନା

                    ସୁନାପିଲା ସିଏ ହୋଇବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍