ଅଦୃଷ୍ଟର ଇଙ୍ଗିତ
ଅଦୃଷ୍ଟର ଇଙ୍ଗିତ
ଦୃଷ୍ଟ ଅଦୃଷ୍ଟର ଇଙ୍ଗିତ ଏହି ଧରା ବକ୍ଷରେ
ସତର୍କ ଘଣ୍ଟି ସମ ବାଜିଯାଏ ବାସୀଙ୍କ ଅଙ୍ଗରେ
ଋତୁଚକ୍ରର ପ୍ରଭାବ ସମୟର ପରିବର୍ତ୍ତନ
ମନୁଷ୍ୟ ନପାଏ ସମୟ କରିବାକୁ ଆକଳନ
ଧନଶାଳୀ ବଳଶାଳୀ ମାର୍କିନ ଦେଶ ଏବେ ଅସହାୟ
ମିଚିଗାନ ହ୍ରଦ ଏବେ ଧବଳ ପ୍ରସ୍ତର
କେବଳ ଗୁଣଗାନ କରେ ଅତୀତ ସୌନ୍ଦର୍ଯ୍ୟର ଆସର
ଅଦୃଷ୍ଟ ଇଙ୍ଗିତ ଦିଏ
ନକରିବାକୁ ପ୍ରକୃତି ସହିତ ପୂର୍ଣ୍ଣ ବିବାଦ
ମାତ୍ର ମନୁଷ୍ୟ ଜୋଡ ତୋଡ କରେ ସୃଷ୍ଟିର ବୈଚିତ୍ର
ଦେଖାଇବାକୁ ନିଜ ଶୌର୍ଯ୍ୟ ବୀର୍ଯ୍ୟ ର ସ୍ୱାତନ୍ତ୍ର୍ୟ
ଖୋଳି ଗାତ ଚାଲିଯାଏ ଭବିଷ୍ୟତ ଦାୟାଦ ପାଇଁ
ସନ୍ତୁଳନ ଛଡା ଯାହା ପାଖେ ଅନ୍ୟ ଗତି ନାହିଁ
ଏହି ଅସନ୍ତୁଳନ ମନୁଷ୍ୟର କର୍ମ ସ୍ୱଭାବରୁ ଜାତ
ଆଧ୍ୟାତ୍ମିକତାରେ ଅଜ୍ଞାନ ସେ ଜାଣିବ କେମନ୍ତ?
ବିଦ୍ରୋହ କରି ଉଠେ କବିର ଆତ୍ମା
ଜାଣିନାହାନ୍ତି କି ଏହା ପରମାତ୍ମା !
