STORYMIRROR

Debasis Ray

Others

2  

Debasis Ray

Others

ଅଦୃଷ୍ଟର ଇଙ୍ଗିତ

ଅଦୃଷ୍ଟର ଇଙ୍ଗିତ

1 min
224


ଦୃଷ୍ଟ ଅଦୃଷ୍ଟର ଇଙ୍ଗିତ ଏହି ଧରା ବକ୍ଷରେ

ସତର୍କ ଘଣ୍ଟି ସମ ବାଜିଯାଏ ବାସୀଙ୍କ ଅଙ୍ଗରେ

ଋତୁଚକ୍ରର ପ୍ରଭାବ ସମୟର ପରିବର୍ତ୍ତନ

ମନୁଷ୍ୟ ନପାଏ ସମୟ କରିବାକୁ ଆକଳନ

ଧନଶାଳୀ ବଳଶାଳୀ ମାର୍କିନ ଦେଶ ଏବେ ଅସହାୟ

ମିଚିଗାନ ହ୍ରଦ ଏବେ ଧବଳ ପ୍ରସ୍ତର

କେବଳ ଗୁଣଗାନ କରେ ଅତୀତ ସୌନ୍ଦର୍ଯ୍ୟର ଆସର

ଅଦୃଷ୍ଟ ଇଙ୍ଗିତ ଦିଏ

ନକରିବାକୁ ପ୍ରକୃତି ସହିତ ପୂର୍ଣ୍ଣ ବିବାଦ

ମାତ୍ର ମନୁଷ୍ୟ ଜୋଡ ତୋଡ କରେ ସୃଷ୍ଟିର ବୈଚିତ୍ର

ଦେଖାଇବାକୁ ନିଜ ଶୌର୍ଯ୍ୟ ବୀର୍ଯ୍ୟ ର ସ୍ୱାତନ୍ତ୍ର୍ୟ

ଖୋଳି ଗାତ ଚାଲିଯାଏ ଭବିଷ୍ୟତ ଦାୟାଦ ପାଇଁ

ସନ୍ତୁଳନ ଛଡା ଯାହା ପାଖେ ଅନ୍ୟ ଗତି ନାହିଁ

ଏହି ଅସନ୍ତୁଳନ ମନୁଷ୍ୟର କର୍ମ ସ୍ୱଭାବରୁ ଜାତ

ଆଧ୍ୟାତ୍ମିକତାରେ ଅଜ୍ଞାନ ସେ ଜାଣିବ କେମନ୍ତ?

ବିଦ୍ରୋହ କରି ଉଠେ କବିର ଆତ୍ମା

ଜାଣିନାହାନ୍ତି କି ଏହା ପରମାତ୍ମା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍