STORYMIRROR

Prafulla Chandra Mishra

Others

3  

Prafulla Chandra Mishra

Others

ଅଦୃଶ୍ୟ ସେ ରୂପ

ଅଦୃଶ୍ୟ ସେ ରୂପ

1 min
188

ଅପ୍ରମିତ ତୋ ମହିମା ଯେ

   ନାହିଁ ତୋର ଗୁଣ ସୀମା

 କେ ପାରିବ କହି ଜଗତ ଆତ୍ମାର ଅରୂପ ରୂପ

 କେ ବର୍ଣ୍ଣିବ ତା ବଡିମା ।।


 ଅନନ୍ତ କୋଟି ବ୍ରହ୍ମାଣ୍ଡ ହେ

   ଲୋମ ମୂଳେ ଚୋର ସ୍ଥିତ

 ଆଖିର ପଲକେ ଭାଙ୍ଗି ଗଢି ପାରୁ ବିଶ୍ଵ ସଂସାର

 ତୁ ଯେ ଅନାଦି ଅନନ୍ତ ।।


 ଅଦୃଶ୍ୟ ତୋହର ରୂପ ଯେ

  ପୁଣି ସଚରାଚରେ ବିଦିତ

 ଚିହ୍ନା କୁ ଅଚିହ୍ନା,ଅଚିହ୍ନାକୁ ଚିହ୍ନା ଦେଉତୁ କେବେ

 ସତ୍ୟରେ ତୁ ବିରାଜିତ ।।


 କଳ୍ପ କଳ୍ପ କରି ତପ ଯେ

  ନପାଇଲେ ବ୍ରହ୍ମା ଶିବ

 ଅଜ୍ଞାନି ଧୀବର ପଦଧୋଇ ତୋର ଲଭିଲା ମୋକ୍ଷ

 ଭକତ ପ୍ରାଣ ବାନ୍ଧବ ।।


 ସିନ୍ଧୁସୁତା ପ୍ରାଣ ବନ୍ଧୁ ହେ

  ନୀଳାଦ୍ରି ଶେଖର ଇନ୍ଦୁ

 ଦୁଃଖ ମୟ ମୋର ଜୀବନ ଜାତକ କି ନାରଖାର

 ଦିନ ବିତେ କାନ୍ଦୁ କାନ୍ଦୁ ।।


 ପ୍ରଭୁ କଳ୍ପ ବଟ ମୂଳରେ ହେ

  ନୀଳଶଇଳ ଗୁହାରେ

 ବସି କି ଦେଖୁଛ ଦାରୁ ରୂପରେ ହେ ବିଶ୍ଵ ପୁରୁଷ

 ନଶୁଣୁଛ ଦୁଃଖ ବାରେ ।।


 ବିଶ୍ଵାସ ଯାଉଛି ତୁଟି ହେ

  ଥରେ ଦେଖାଦିଅ ଆସି

 ଅଧର୍ମ ବିନାଶି ଭକ୍ତ,ସାଧୁ,ସନ୍ଥେ ଶରଣ ଦିଅ

 ଶୁଣ ପ୍ରଫୁଲ୍ଲ ମିନତୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍