STORYMIRROR

Lipi Sahoo

Others

3  

Lipi Sahoo

Others

ଅଦୃଶ୍ୟ ରାକ୍ଷସ

ଅଦୃଶ୍ୟ ରାକ୍ଷସ

1 min
46

ତ୍ରସ୍ତ ମାନବ

ବିଧ୍ୱସ୍ତ ପୃଥିବୀ 

ଶବର ପହାଡେ ପାଦ ଥାପି

କେହିତ ଜଣେ ଦିଏ ରଣ ହୁଂକାର


ଅଦୃଶ୍ୟ କିଏ ସେ ସତ୍ତା ????

କ୍ଷଣ କ୍ଷଣେକେ ବଜାଏ ମୃତ୍ୟୁର ବିଗୁଲ୍

ଖୋଜି କେ ପାଏନା , ଧରା ସେ ଦିଏନା

ହେଲେ ଚାଲେ ଘମାଘୋଟ ଲଢେଇ


ମାନବ ସମାଜ ବିଲୋପର

ନେଇଛି ବୋଧେ ସେ ଶପଥ

ଶତୃକୁ ଆଜି ଗୃହବନ୍ଦୀ କରି

ରାଜପଥେ ସଦର୍ପେ ଚଲାଏ ତା'ର ପଟୁଆର


ସବୁରି ମୁଖରେ ବନ୍ଧାଇ ତୁଣ୍ଡି

ନିର୍ବାକ କରିଦେବାର ଅଭିନବ ଚକ୍ରାନ୍ତ

ନିସ୍ତବ୍ଧତାର ରାଜୁତି ଚାଲେ ଦିଗନ୍ତ ପ୍ରସାରୀ

ମଶାଣି ନିଆଁରେ ନିଃଶେଷ ହୁଏ ସବୁ ହାହାକାର


ହେଲେ ୟେ ମାନବ ହାରିବା ଶିଖିନି

ସେତ ଅଦ୍ଵିତୀୟ ଅମୃତର ସନ୍ତାନ

ମୃତ୍ୟୁ ତା ପାଇଁ ରୂପାନ୍ତର ମାତ୍ର

ଅପରାଜୟ ସେ , ଦୃଢ଼ ତା'ର ମନୋବଳ


ହାରିବ ନିଶ୍ଚୟ କରୋନା ରାକ୍ଷସ

ଅନନ୍ତ ଗର୍ଭେ ହଜାଇବ ନିଜ ସତ୍ତା

ରୁଦ୍ଧଦ୍ଵାର କପାଟ ଖୋଲିବ ଯେ ଦିନ

ବିଜୟର ଟୀକା ସସାଗରା ଭାଲେ ଲାଗିବ ସେଦିନ ........।।।



Rate this content
Log in